ଆରମ୍ଭ ହୋଇଛି ପ୍ରେମ ସପ୍ତାହ; ଅଜି ଗୋଲାପ ଦିବସ, କାହାକୁ କେଉଁ ଗୋଲାପ ଦେବେ ତାହା ଜାଣି ରଖନ୍ତୁ ?

ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍ । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀ ଯୁଗଳ । ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ' ଭାବେ ପାଳନ କରାଯାଏ । ତେବେ ଏହି ଦିନକୁ କାହିଁକି ପାଳନ କରାଯାଏ ।

ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା'ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ୍‌ ଡେ'ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି। କିନ୍ତୁ ଜାଣିଛନ୍ତି ଗୋଲାପ ଖାଲି ପ୍ରେମକୁ ସୁଦୃଢ଼ କରେ ନାହିଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ।

ତେବେ ଏହି ଦିନକୁ ପାଳନ କରିବା ପଛରେ ଇତିହାସ ରହିଛି । କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ । ଗୋଲାପର ବିଭିନ୍ନ ରଙ୍ଗ ରହିଥିବାବେଳେ କେଉଁ ଗୋଲାପ କାହାକୁ ଦେବେ ତାହା ମଧ୍ୟ ଜାଣି ରଖନ୍ତୁ ।

 Rose Day

ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ । ସେହିପରି ସାଙ୍ଗକୁ ହଳଦିଆ ଗୋଲାପ ଦିଆଯାଏ । ଯାହାଦ୍ବରା ଆପଣ ନିଜ ସାଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ । ଧଳା ହେଉଛି ଶାନ୍ତିର ପ୍ରତୀକ । ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ । ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ । କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ ।

ସେହିପରି ଆମେ ଦେଖିବା ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ । ଅରେଞ୍ଜ ଗୋଲାପ ମାଧ୍ୟମରେ ନିଜ ଇଛାକୁ ପ୍ରକାଶ କରି କେତେ ଭଲ ପାଉଛନ୍ତି ନିଜର ପାର୍ଟନରଙ୍କୁ ଜଣାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+