UPI Service Down: ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ UPI Service ହେଲା ଡାଉନ୍
UPI Service Down: ବୁଧବାର ଦିନ ସାରା ଦେଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସେବାରେ ଏକ ବିଭ୍ରାଟ ଦେଖାଦେଇଛି, ଯାହା ଫଳରେ ଅନେକ ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୟୁପିଆଇ ସର୍ଭର ଡାଉନ୍ ହୋଇଛି । ପୂର୍ବରୁ ମାର୍ଚ୍ଚ 26 ତାରିଖରେ ମଧ୍ୟ UPI'ରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲା।

ସୂଚନା ଅନୁସାରେ, ବୁଧବାର ରାତି 8ଟା ପର୍ଯ୍ୟନ୍ତ 449 ରୁ ଅଧିକ ଅଭିଯୋଗ କରାଯାଇଛି । ପ୍ରାୟ 53 ପ୍ରତିଶତ ୟୁଜର୍ସ ଟଙ୍କା ପଠାଇବାରେ ସମସ୍ୟା ହେଉଥିବାର ଅଭିଯୋଗ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅନେକ ୟୁଜର୍ସ ଏହି ସର୍ଭର ଡାଉନ୍ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, "UPI ପୁଣି ଥରେ ବନ୍ଦ ହୋଇଯାଇଛି। ପେମେଣ୍ଟ ନିୟାମକ NPCI କହିଥିଲା ଯେ ବୈଷୟିକ ସମସ୍ୟା ଯୋଗୁଁ UPI ଆଂଶିକ ଭାବରେ ବନ୍ଦ ଥିଲା, ଯାହା ପରେ ସମାଧାନ କରାଯାଇଛି । UPI ପ୍ଲାଟଫର୍ମ ହେଉଛି PhonePe, Google Pay ଏବଂ Paytm।
ଦିନକୁ ଦିନ UPIର ୟୁଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ବାରମ୍ବାର ସର୍ଭର ଡାଉନ ହେବା ଦ୍ୱାରା ଲୋକଙ୍କୁ ନା ନା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି ।












Click it and Unblock the Notifications