Budget 2025: ବଜେଟ୍ ପରେ ଆକଶ ଛୁଇଁବ ସୁନା ଦର
Union Budget 2025: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଫେବୃଆରୀ ୧ ତାରିଖରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍ ଉପସ୍ଥାପନ ହେବା ପରେ ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚର୍ଚ୍ଚା ହେଉଛି ମୋଦି ସରକାର ଚଳିତ ବର୍ଷ ବଜେଟରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରି ପାରନ୍ତି ।
ଯଦି ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଏ, ତେବେ ସୁନା ପ୍ରତି ୧୦ ଗ୍ରାମ ପାଇଁ ୪ ରୁ ୫ ହଜାର ଟଙ୍କା ମହଙ୍ଗା ହୋଇଯିବ । ଗତ ବଜେଟରେ ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ ସରକାର । କିନ୍ତୁ ଏଥର ସରକାର ବଜେଟରେ ସୁନା ଉପରେ ଆମଦାନୀ ଶୁଳ୍କ ୬ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରିପାରନ୍ତି। ଯଦି ଏହା ହୁଏ, ତେବେ ସୁନା ଦର ୧୦ ଗ୍ରାମକୁ ୮୫ ରୁ ୮୬ ହଜାର ଟଙ୍କା ଛୁଇଁ ପାରେ ।

ତେବେ ଆଜିର ବଜେଟ୍ ଦିନ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 83 ହଜାର ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 76 ହଜାର ଟଙ୍କା ଅତିକ୍ରମ କରିଛି। ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ବଜେଟର ଗୋଟିଏ ଦିନ ପୂର୍ବରୁ, ରୂପା କିଲୋଗ୍ରାମ ପିଛା 2000 ଟଙ୍କା ମହଙ୍ଗା ହୋଇଥିଲା । ଆଜି ଗୋଟିଏ କିଲୋଗ୍ରାମ ରୂପାର ମୂଲ୍ୟ ୯୮,୬୦୦ ଟଙ୍କା ରହିଛି ।
ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୩,୧୮୦ ଟଙ୍କା ରହିଛି ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୬,୨୬୦ ଟଙ୍କା ରହିଛି ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୩,୦୩୦ ଟଙ୍କା, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୬,୧୧୦ ଟଙ୍କା ରହିଥିବା ବେଳେ କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୬,୧୧୦ ଟଙ୍କା ରହିଛି, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୩,୦୩୦ ଟଙ୍କା ରହିଛି ।
ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୬,୧୧୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୩,୦୩୦ ଟଙ୍କା। ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୬,୬୧୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୨,୪୩୦ ଟଙ୍କା।












Click it and Unblock the Notifications