ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର, ୨ ଆତଙ୍କୀ ମୃତ
ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ କିଛି ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି।
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ଥରେ ବୃଦ୍ଧି ପାଇଛି । ଅମରନାଥ ଯାତ୍ରା ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି। ଏଭଳି ପରିସ୍ଥିତିରେ ଅନନ୍ତନାଗ ଜିଲ୍ଲାର ପହଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ କିଛି ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି।

ପହଲଗାମ ଅଞ୍ଚଳର ଶ୍ରୀଚାନ୍ଦ ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ନେଇ ରାଜ୍ୟ ପୋଲିସ ସୂଚନା ଦେଇଛି।
ଏନକାଉଣ୍ଟର ଏକ ଜଙ୍ଗଲ ଭିତରେ ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି । ଏନକାଉଣ୍ଟର ରେ ୨ ଆତଙ୍କବାଦୀ ଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛି ପୋଲିସ। ଏହି ଜାଗାରେ ଆହୁରି ଅଧିକ ଆତଙ୍କବାଦୀ ଉପସ୍ଥିତ ଥିବା ପୋଲିସ ସନ୍ଦେହ କରୁଛି ।












Click it and Unblock the Notifications