ଉତ୍ତରକାଶୀ ସିଲକୟାରା ସୁଡ଼ଙ୍ଗରେ ଫସିରହିଛି ୪୧ ଜୀବନ, ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

Tunnel Accident Update: ଗତ 13 ଦିନ ଧରି ଉତ୍ତରକାଶୀ ସିଲକୟାରା ସୁଡ଼ଙ୍ଗରେ ଫସିରହିଛି ୪୧ ଜୀବନ । ଯାହାଙ୍କ ପାଇଁ ସାରା ଦେଶ କରୁଛି ପ୍ରାର୍ଥନା । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ଦିନ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇ ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ମୋଦି । ଏହା ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ସେମାନଙ୍କର ଘରକୁ ଯିବାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଫୋନ କରି ଟନେଲ୍ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ବିଷୟରେ ପଚାରି ବୁଝିଥାନ୍ତି । ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କଛୁ ସମସ୍ତ ସୂଚନା ନେଇଛନ୍ତି ।

 PM MODI

ଫୋନରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ, ନୂଆ ପଦ୍ଧତି ବ୍ୟବହାର କରି ଏହି ଟନେଲର ନିର୍ମାଣ କରାଯାଉଛି । ସେଥିପାଇଁ ଇସ୍ପାତରେ ନିର୍ମିତ ଜିନିଷଗୁଡ଼ିକ ମେସିନ୍ ସାମ୍ନାକୁ ଆସିବାରୁ ଉଦ୍ଧାର କାର୍ଯ୍ୟରେ ବାଧକ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ମେସିନ୍ ବନ୍ଦ କରି ତାପରେ ସମସ୍ତ ବ୍ଲକଗୁଡିକ ହଟାଯାଉଛି, ଯେଉଁ କାରଣରୁ ଏହି ପ୍ରକ୍ରିୟାରେ ବଳମ୍ବ ହେଉଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେତେବେଳେ ଶ୍ରମିକମାନେ ଟନେଲରୁ ବାହାରକୁ ଆସିବେ , ସେତେବେଳେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଚିକିତ୍ସା ସେବା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ଶ୍ରମିକମାନଙ୍କୁ ଦିଆଯାଇଥିବା ଖାଦ୍ୟ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି । ଏହା ବ୍ୟତୀତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଉତ୍ତରକାଶୀରେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରି ଏହି ଉଦ୍ଧାର କାର୍ଯ୍ୟ ଉପରେ ନିଜ ନଜର ରଖିବା ପାଇଁ । ରନ୍ଧା ଖାଦ୍ୟ, ଫଳ, ଶୁଖିଲା ଫଳ, କ୍ଷୀର, ଜୁସ୍ ତଥା ଦୈନିକ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ପ୍ଲେଟ୍, ବ୍ରସ୍, ଟାୱେଲ୍, ପୋଷାକ, ଟୁଥ୍ ପେଷ୍ଟ, ସାବୁନ୍, ବୋତଲ ଇତ୍ୟାଦି ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଠିକ୍ ସମୟରେ ଯୋଗାଇ ଦିଆଯାଉ । SDRF ଦ୍ୱାରା ପ୍ରତିଷ୍ଠିତ ଯୋଗାଯୋଗ ସେଟଅପ୍ ମାଧ୍ୟମରେ ଶ୍ରମିକମାନଙ୍କ ସହିତ ନିୟମିତ ଯୋଗାଯୋଗ ଜାରି ରହିଛି । ଏହା ସହ ସମୟ ସମୟ ଭିତରେ ଫସି ରହିଥିବା ଶ୍ରମିକଙ୍କ କଥା ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ କରାଇ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+