ଉଡନ୍ତା ହେଲିକପ୍ଟରରେ ପୁଲଅଫ୍ସ କରି ଚର୍ଚ୍ଚାରେ ଯୁବକ ,ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ

Trending Video: ଉଡନ୍ତା ହେଲିକପ୍ଟରରେ ଯୁବକ କଲେ ପୁଲଅଫ୍ସ

ନେଦରଲ୍ୟାଣ୍ଡର:ଆପଣ ଲୋକଙ୍କୁ ପୁଲଅଫ୍ସ ମାରୁଥିବାର ତ ଅନେକ ଥର ଦେଖିଥିବେ । ସାଧାରଣତଃ ପୁଲଅଫ୍ସରେ କୌଣସି ବିଶେଷ ରୋମାଞ୍ଚ ନାହିଁ । ହେଲେ ନେଦରଲ୍ୟାଣ୍ଡର ଜଣେ Fitness Influencers ଏବେ ପୁଲଅଫ୍ସ ମାରି ଚର୍ଚ୍ଚାରେ ଅଛନ୍ତି । ହେଲେ ଏହା କୌଣସି ସାଧାରଣ Pull-Ups ନଥିଲା । ଉଡନ୍ତା ହେଲିକପ୍ଟରରେ ୨୫ଥର ପୁଲଅଫ୍ସ ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ । ନେଦରଲ୍ୟାଣ୍ଡର ଯୁବକ ଷ୍ଟେନ୍ ବ୍ରାଉନିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

trending

ପୂର୍ବରୁ ହେଲିକପ୍ଟରରେ ପୁଲଅପ୍ କରିବାକୁ ସେ ଅଭ୍ୟାସ କରିଥିଲେ । ହେଲେ ତାଙ୍କର ଏ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ ଖୁବ କଷ୍ଟ ମଧ୍ୟ କରିବା ପାଇଁ ପଡିଥିଲା । ଅଭ୍ୟାସ ପାଇଁ ତାଙ୍କୁ ନିୟମିତ ହେଲିକପ୍ଟର ଦରକାର ପଡୁଥିଲା । ହେଲିକପ୍ଟରରେ ଯୋଗାଡ କରିବା ପାଇଁ ସେ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା । ଶେଷରେ ଏକ ହେଲିକପ୍ଟର ଭଡାରେ ପାଇଁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଷ୍ଟେନ୍ ବ୍ରାଉନିଙ୍କର ପପୁଲାରିଟି ଖୁବ ବଢିଯାଇଛି ଓ ତାଙ୍କର ପ୍ରଶଂସା ଏବେ ଦେଶବିଦେଶରେ ହେଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ତେବେ ନିଜ ଫିଟନେସ୍ ଭିଡିଓ ସେ ପ୍ରଶଂସଙ୍କ ସହ ସେୟାର କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+