ଆଜି ବିଶ୍ୱ ଫଟୋଗ୍ରାଫି ଦିବସ: ଜାଣନ୍ତୁ କ'ଣ ରହିଛି ଏଥର ଥିମ୍
World Photography Day 2024: ଆଜି ବିଶ୍ବ ଫଟୋଗ୍ରାଫି ଦିବସ । ପ୍ରତି ବର୍ଷ ଅଗଷ୍ଟ 19 ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଏ । ଗୋଟିଏ ଫଟୋଗ୍ରାଫ ଆମ ଜୀବନର ଅନେକ ସ୍ମୃତିକୁ ଅତି ସୁନ୍ଦର ଭାବେ ସାଇତି ରଖିବାରେ ସାହାଯ୍ୟ କରିଥାଏ । କୁହାଯାଏ 'ଏ ଫଟୋଗ୍ରାଫ୍ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍' ଅର୍ଥାତ୍ ଗୋଟିଏ ଫଟୋ ହଜାର ଶଦ୍ଦ ସହ ସମାନ । ଜୀବନ ସାରା ସାଇତି ରଖିବା ପାଇଁ ଏହା ଆମକୁ ଅନେକ ସ୍ମୃତି ଦେଇଥାଏ। ବର୍ତ୍ତମାନ ଫଟୋଗ୍ରାଫି କାହା ପାଇଁ ଏକ ନିଶା ତ କାହା ପାଇଁ ପେସା ପାଲଟିଛି ।
ତେବେ ଫଗୋଗ୍ରାଫକ ମାନଙ୍କ ଉତ୍ସାହ ବଢାଇବା ପାଇଁ ଏବଂ ସମ୍ମାନ ଦେବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୯ ତାରିଖରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ କରାଯାଏ । ଆଜି ଯୁବକ ମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ଫଟୋଗ୍ରାଫି । ଫଟୋଗ୍ରାଫି ମାର୍କେଟ୍ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ଅନେକ ଲୋକ ଫଟୋଗ୍ରାଫିକୁ କ୍ୟାରିୟର୍ ରୂପେ ବାଛିବା ପାଇଁ ପଛାଉ ନାହାଁନ୍ତି ।

ଓ୍ବେଡିଂ, ଇଭେଣ୍ଟ , ଓ୍ବାଇଲ୍ଡଲାଇଫ୍, ପୋର୍ଟ୍ରେଟ୍ , ପ୍ରଡକ୍ଟ , ଫାଇନ୍ଆର୍ଟ , ଫ୍ୟାଶନ , ଟ୍ରାଭେଲ , ଲାଇଫ୍ଷ୍ଟାଇଲ୍ , ଫଟୋ , ସ୍ପୋର୍ଟସ , ଏରିୟଲ୍ , ଆର୍କିଟେକ୍ଚରାଲ, ଫୁଡ୍, ନେଚର, ଇନଡୋର ଓ ଆଉଟଡୋର ଭଳି ଅନେକ ଫଟୋଗ୍ରାଫିର ଅପସନ୍ ଯୁବପିଢିଙ୍କ ପାଇଁ ନୂତନ ଆୟର ସୁଯୋଗ ସୃଷ୍ଟିକରିଛି। ଗତ କିଛି ଦିନ ମଧ୍ୟରେ ଫଟୋଗ୍ରାଫିର ଜଗତରେ ଅନେକ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ଫଟୋଗ୍ରାଫରମାନେ କ୍ୟାମେରାରେ ଅବିସ୍ମରଣୀୟ ସ୍ମୃତି କ୍ୟାପଚର୍ କରିବାର ପରିଭାଷା ଏବି ବି ସମାନ ରହିଛି
ଫଟୋଗ୍ରାଫିର ଉତ୍ପତ୍ତି ଉନବିଂଶ ଶତାବ୍ଦୀରେ ଅନୁସନ୍ଧାନ କରାଯାଇଥିଲା । ଦୁଇ ଜଣ ଫ୍ରେଞ୍ଚମ୍ୟାନ୍ ଲୁଇ ଡାଗୁଏରେ ଏବଂ ଜୋସେଫ୍ ନିସଫୋର ନିପେକେ 1837 ରେ ଏକ ଫଟୋଗ୍ରାଫି ପ୍ରକ୍ରିୟା 'ଡାଗୁଏରେଓଟାଇପ୍' ବିକଶିତ କରିଥିଲେ । ପରେ, ଜାନୁଆରୀ 1839 ରେ ଫ୍ରାନ୍ସ ବିଜ୍ଞାନ ଏକାଡେମୀ ଦ୍ୱାରା ମଧ୍ୟ ଏହାକୁ ସମର୍ଥନ କରାଯାଇଥିଲା । ଅଗଷ୍ଟ 19, 1839ରେ ଯେତେବେଳେ ଫ୍ରାନ୍ସ ସରକାର ମଧ୍ୟ ଏହି ଉଦ୍ଭାବନକୁ ସ୍ୱୀକାର କରିଥିଲେ । ଏହାପର ଠାରୁ ଅନେକ ଫଟୋଗ୍ରାଫର ତାଙ୍କର ଭିନ୍ନ ଫଟୋଗ୍ରାଫି ପାଇଁ ପୁରସ୍କୃତ ହେବା ସହ ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି । ୨୦୧୦ରେ ଫଟୋଗ୍ରାଫି ଦିବସର ଲୋକପ୍ରିୟତା ବଢିଥିଲା । ତେବେ ଚଳିତ ବର୍ଷର ଥିମ୍ ରହିଛି "An Entire Day" ଅର୍ଥାତ୍ ଏକ ସଂପୂର୍ଣ୍ଣି ଦିନ ।












Click it and Unblock the Notifications