Get Updates
Get notified of breaking news, exclusive insights, and must-see stories!

ଆଜି ପୁରୀ ଗଜପତି ମହାରାଜାଙ୍କ ଝିଅଙ୍କ ବାହାଘର

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ପଡ଼ିବ ହାତଗଣ୍ଠି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ କରିବେ ଦେବେଶୀ ।

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ପଡ଼ିବ ହାତଗଣ୍ଠି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ କରିବେ ଦେବେଶୀ । ଗଜପତିଙ୍କ ଝିଅ ବାହାଘର ପାଇଁ ବ୍ୟାପକ ଆୟୋଜନ ହୋଇଛି ।

Puri Gajapati Maharaja Daughter Marriage

ବିବାହ ପୂର୍ବରୁ ପାଟମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି । ଆଜି ରାତିରେ ଦେବେଶୀ ଓ ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧିହେବେ । ଭୁବନେଶ୍ବରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ହେଉଛି । କୋଭିଡ୍‌ କଟକଣା ମଧ୍ୟରେ ଗଜପତିଙ୍କ ଝିଅ ବାହାଘର ହେଉଛି । ଏହା ଗଜପତି ମହାରାଜାଙ୍କ ପରିବାରର ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରାଜ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହିଛନ୍ତି ।

ଆଜି ପୁରୀ ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଗତକାଲିଠାରୁ ବରପକ୍ଷ ଆସି ପହଞ୍ଚିଛନ୍ତି ।

ବର୍ଦ୍ଧମାନ ରାଜପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।

ଏନେଇ ଗଜପତି ମହାରାଜାଙ୍କ ସଚିବ କହିଛନ୍ତି- ଆଜି ସନ୍ଧ୍ୟା ୭ଟାରେ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହାପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ଗତକାଲି ଦିଲ୍ଲୀରୁ ରାଜକୁମାରଙ୍କ ପରିବାର ସମେତ ୬୦-୬୫ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ପ୍ରଭୁଙ୍କ ଦର୍ଶନ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+