ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ୩୦ତମ ଶୁଣାଣି
Odisha Chhattisgarh Mahanadi Water Wars-Today Is The 30th Hearing Of Mahanidi Water Dispute Case ,ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ୩୦ତମ ଶୁଣାଣି
ନୂଆଦିଲ୍ଲୀ: ଆଜି ମହାନଦୀ ଜଳବିବାଦ ଶୁଣାଣି । ମହାନଦୀ ଜଳବିବାଦରେ ଟ୍ରିବ୍ୟୁନାଲ୍ ଆଜି ୩୦ତମ ଶୁଣାଣି କରିବେ । ଭର୍ଚୁଆଲ୍ ମୋଡ୍ରେ ହେବ ଶୁଣାଣି । ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି 'ଫିଜିକାଲ୍' ଶୁଣାଣି ବଦଳରେ ଭର୍ଚୁଆଲ୍ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ଗତ ମାସ ୧୮ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ ନଥିପତ୍ର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯୋଗାଇ ଦେବାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ୱାରା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ନୋଟିସ ଜାରି କରାଯାଇଥିଲା । ସେପଟେ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲରେ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି । ଉଭୟ ରାଜ୍ୟ ତଥା ଓଡ଼ିଶା ଓ ଛତିଶଗଡ଼ରୁ ମୋଟ୍ ୧୦ ଜଣ ସାକ୍ଷୀଙ୍କ ସତ୍ୟପାଠ ଏବେ ବି ଟ୍ରିବ୍ୟୁନାଲରେ ଦାଖଲ ହୋଇନାହିଁ । ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ । ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି।












Click it and Unblock the Notifications