Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା : ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ତା' ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସଂପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ ।

ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ । ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର ।

ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ।

ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ । ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ ।

raksha_bandhan

ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ସେହିଭଳି ପ୍ରତ୍ୟେକ ଭଉଣୀ ତା ଭାଇ ହାତରେ ବାନ୍ଧିଥାଏ ଏହି ସ୍ନେହର ଡୋରୀ । ଆଉ ଏହି ଡୋରୀ ସାଜିଥାଏ ଭଉଣୀ ପାଇଁ ରକ୍ଷା କବଚ ।

ଏହି ରାକ୍ଷୀ ବନ୍ଧନର ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଗହ୍ମା ପୂର୍ଣ୍ଣିମା ଦିନଟି ଭଗବାନ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ଏହି ଦିନରେ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଗୋମାତାଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଏ ।

ରାକ୍ଷୀ ପୂର୍ଣ୍ଣିମା ପାଇଁ ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥର ବାଲୁକା କଳାର ଥିମ୍ ରହିଛି ଚନ୍ଦ୍ରଯାନ-୩ ।

ତେବେ ଆସନ୍ତାକାଲି ଗୁରୁବାରରେ ଶ୍ରୀମନ୍ଦିରରେ ପାଳିତ ହେବ

ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ ।

ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ ।

ତେବେ ଚାଲନ୍ତୁ ଜାଣିବା ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଆଉ କାହାକୁ ବାନ୍ଧିବା ?

ଭଗବାନ ଗଣେଶଙ୍କୁ

ଭଗବାନ ଗଣେଶ ହେଉଛନ୍ତି ଶୁଭର ଭଗବାନ। କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ତାଙ୍କୁ ପୂଜା କରାଯାଏ । ଗଣେଶଙ୍କ କୃପା ସହିତ ଜୀବନର ସମସ୍ତ ବାଧାବିଘ୍ନ ସମାପ୍ତ ହୁଏ । ସେଥିପାଇଁ ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ପ୍ରଥମେ ରାକ୍ଷୀକୁ ଭଗବାନ ଗଣେଶଙ୍କୁ ବାନ୍ଧିବା ଉଚିତ୍ ।

ଭଗବାନ ଶିବଙ୍କୁ

ଶ୍ରାବଣ ମାସ ଭଗବାନ ଶିବଙ୍କ ମାସ । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସରେ ପଡେ । ଏଭଳି ପରିସ୍ଥିତିରେ କୁହାଯାଏ ଯେ ଏହି ଦିନ ରାକ୍ଷୀକୁ ଭଗବାନ ଶିବ ଶଙ୍କରଙ୍କୁ ବାନ୍ଧିଲେ ତୁମର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଭାଇଙ୍କ ଜୀବନରେ ସୁଖ ଆସେ ।

ହନୁମାନଙ୍କୁ

ହନୁମାନ ଜୀ ହେଉଛନ୍ତି ଭଗବାନ ଶିବଙ୍କ ରୁଦ୍ର ଅବତାର । ବିଶ୍ୱାସ ଯେ, ହନୁମାନଙ୍କୁ ରାକ୍ଷୀ ବାନ୍ଧିଲେ ରାଶିଫଳରେ ମଙ୍ଗଳ ଗ୍ରହର ପ୍ରଭାବ କମିଯାଏ । ଏହା ସହିତ, ଶକ୍ତି ଏବଂ ବୁଦ୍ଧି ପ୍ରାପ୍ତ ହୁଏ ।

ଶ୍ରୀକୃଷ୍ଣଙ୍କୁ

ପୌରାଣିକ ବିଶ୍ୱାସ ଅନୁଯାୟୀ, ଶିଶୁପାଳଙ୍କୁ ହତ୍ୟା କରିବାବେଳେ ଭଗବାନ କୃଷ୍ଣଙ୍କ ହାତ ରକ୍ତସ୍ରାବ ଆରମ୍ଭ କରିଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଦ୍ରୌପଦୀ ତାଙ୍କ ପଣତ କାନି ଚିରି କୃଷ୍ଣଙ୍କ ହାତରେ ବାନ୍ଧିଲେ । ଏହି ଦିନ ରାକ୍ଷୀକୁ ଭଗବାନ କୃଷ୍ଣଙ୍କୁ ବାନ୍ଧଲେ ସେ ସର୍ବଦା ଆପଣଙ୍କୁ ସୁରକ୍ଷା ଦିଅନ୍ତି ।

ନାଗଦେବଙ୍କୁ

ନାଗଦେବଙ୍କୁ ରାକ୍ଷୀ ଅର୍ପଣ କରିବାର ପରମ୍ପରା ଅଛି । ଏହା ସାପର ଦୋଷ ସହିତ ଭୟରୁ ମୁକ୍ତି ପାଇପାରେ ବୋଲି ବିଶ୍ୱାସ କରାଯାଏ । ଏହା ସହିତ ଭାଇ ଓ ଭଉଣୀଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ସମାପ୍ତ ହେବାକୁ ଲାଗେ ।

ତେଣୁ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଏହି ଭଗବାନଙ୍କୁ ବାନ୍ଧନ୍ତୁ ।

ଭାଇ-ଭଉଣୀ ପ୍ରେମର ପ୍ରତୀକ ଭାବରେ ଏହି ପୂର୍ଣ୍ଣିମାର ବିବେଚନା କରାଯାଏ । ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି । ଯଦି ତୁମେ ତୁମର ଭାଇ ପାଇଁ ସୁଖମୟ ଜୀବନ ପାଇଁ ଇଚ୍ଛା କରୁଛ, ତେବେ ଭାଇକୁ ରାକ୍ଷୀକୁ ବାନ୍ଧିବା ପୂର୍ବରୁ ଭଗବାନକୁ ବାନ୍ଧିବା ଉଚିତ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+