ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର
Gold Price In India: କ୍ରମାଗତ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା ହେଲେ ବର୍ତ୍ତମାନ ସୁନା ମୂଲ୍ୟ ବୃଦ୍ଧି ପାଇବା ଉପରେ ଲାଗିଛି ବ୍ରେକ୍ । ଆଗକୁ ବିବାହ ଋତୁ ରହିଥିବାରୁ ଅନେକ ଲୋକ ଲଗାତାର ସୁନା ମୂଲ୍ୟ ଚେକ୍ କରିଥାନ୍ତି । ଆଜି ଅର୍ଥାତ୍ ୧୮ ଡିସେମ୍ବରରେ ସୁନା ଦର ହ୍ରାସ ପାଇଛି । ଆଜି ଭାରତରେ ୨୨ କ୍ୟାରେଟ୍ ସୁନା ଦର ୭୧ ହଜାର ୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୭୭ ହଜାର ୮୪୦ ଟଙ୍କା ରହିଛି । ସେହିପରି ଆଜି ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । ଆଜି ଏକ କେଜି ରୂପା ମୂଲ୍ୟ ୧,୦୦,୦୦୦ ଟଙ୍କା ରହିଛି ।
ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୧,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୭୭,୮୪୦ ଟଙ୍କା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦର କ୍ରମାଗତ ୭୧,୫୦୦ ଟଙ୍କା ଏବଂ ୭୮,୯୦୦ ଟଙ୍କା ରହିଛି । ସେହିପରି ମାୟାନଗରୀ ମୁମ୍ବାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୧,୩୫୦ ଏବଂ ୨୪ କ୍ୟାରେଟ୍ ସୁନା ଦର ୭୭,୮୪୦ ରହିଛି ।

ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦର ୭୧,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୭୭,୮୪୦ ଟଙ୍କା ରହିଛି । କୋଲକତାରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୧,୩୫୦ ଟଙ୍କା ଓ ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୮,୮୪୦ ଟଙ୍କା ରହିଛି।
ଆଗକୁ ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି ଏହାସହ ବିବାହ ଋତୁ ରହିଥିବାରୁ ସୁନାର ଦର ପୁଣି ବୃଦ୍ଧି ପାଇବାର ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଗତ କିଛି ଦିନ ହେଲା ସୁନା ଦର ଲଗାତାରା ବୃଦ୍ଧି ପାଇବାରେ ଲାଗିଥିଲା । ହେଲେ ଡିସେମ୍ବର ମାସ ମଧ୍ୟରେ ସୁନାର ଦର କମିଛି ।












Click it and Unblock the Notifications