Gold Price: ଆଜି ପୁଣି କମିଲା ସୁନା ଦର
Gold Rate: ସେପ୍ଟେମ୍ବର ୫ ତାରିଖ ଗୁରୁବାର ଦିନ ସୁନା ଦର ହ୍ରାସ ପାଇଛି । ଦେଶର ଅଧିକାଂଶ ସହରରେ 24 କ୍ୟାରେଟ୍ 10 ଗ୍ରାମ ସୁନା ମୂଲ୍ୟ ପ୍ରାୟ 72 ହଜାରରୁ 73 ହଜାର ଟଙ୍କା ରହିଛି । ଦେଶର ପ୍ରାୟ ସମସ୍ତ ସହରରେ 22 କ୍ୟାରେଟ୍ ସୁନା ହାର 66 ରୁ 67 ହଜାର ମଧ୍ୟରେ ରହିଛି । 18 କ୍ୟାରେଟ୍ ସୁନା ହାର ପ୍ରାୟ 55-56 ହଜାର ଟଙ୍କା । ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ରୂପା ବର୍ତ୍ତମାନ କିଲୋଗ୍ରାମ ପାଇଁ 84,900 ଟଙ୍କା ରହିଛି ।

ଆଜି ନୂଆଦିଲ୍ଲୀରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 72 ହଜାର 900 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,830 ଟଙ୍କା ରହିଛି । ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,750 ଟଙ୍କା ରହିଛି । 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 66,680 ଟଙ୍କା ରହିଛି ।
କୋଲକତାରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 66, 680 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 73,750 ଟଙ୍କା ରହିଛି । ସେହିପରି ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,680ଟଙ୍କାର ରହିଛି ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 72,750 ଟଙ୍କା ରହିଛି ।












Click it and Unblock the Notifications