ଆଗକୁ ଆସୁଛି ପର୍ବପର୍ବାଣୀ: ଆଜିଠୁ ବଢିଲାଣି ସୁନା-ରୂପା ଦର
Today Gold Price: ଗତ ଏକ ସପ୍ତାହରେ ସୁନା ଓ ରୂପା ମୂଲ୍ୟରେ ଅନେକ ଥର ବୃଦ୍ଧି ଘଟିଛି । ରବିବାର ସେପ୍ଟେମ୍ବର 15 ତାରିଖରେ ମଧ୍ୟ ସୁନା ଦର ମଧ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଆଗକୁ ପର୍ବପର୍ବାଣୀ ରହିଥିବାରୁ ସୁନା ଓ ରୂପା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ଦର 1000 ରୁ 2,000 ଟଙ୍କା ବୃଦ୍ଧି ପାଇଛି।
ଦେଶର ପ୍ରାୟ ସମସ୍ତ ସହରରେ 24 କ୍ୟାରେଟ୍ 10 ଗ୍ରାମ ସୁନା ମୂଲ୍ୟ ପ୍ରାୟ 75 ହଜାର ଟଙ୍କା । 22 କ୍ୟାରେଟ୍ ସୁନା ହାର 68 ହଜାରରୁ ଅଧିକ ଅଟେ । ରୂପା ମୂଲ୍ୟ ବିଷୟରେ କହିବାକୁ ଗଲେ ଗତ ସପ୍ତାହରେ ରୂପା ମୂଲ୍ୟରେ 7500 ଟଙ୍କା ବୃଦ୍ଧି ଘଟିଛି। ବର୍ତ୍ତମାନ ରୂପା କିଲୋଗ୍ରାମରେ 92,000 ଟଙ୍କା ରହିଛି ।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 75 ହଜାର 040 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 68,800 ଟଙ୍କା ରହିଛି ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ମୂଲ୍ୟ 74,890 ଟଙ୍କା ରହିଛି ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 68,650 ଟଙ୍କା ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 68,650 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,890 ଟଙ୍କା
ଚେନ୍ନାଇରେ ସୁନା ଦର: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 68,650 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,890 ଟଙ୍କା ଅଟେ ।
ଅହମ୍ମଦାବାଦ ସୁନା ଦର: ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 68,700 ଟଙ୍କା ଓ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,940 ଟଙ୍କା ରହିଛି ।
ପାଟନା ସୁନା ଦର: ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 68,700 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,940 ଟଙ୍କା ।
ସୁନା ମୂଲ୍ୟ ହାଇଦ୍ରାବାଦ: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 68,650 ଟଙ୍କା । ସେହିପରି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 74,890 ଟଙ୍କା ।












Click it and Unblock the Notifications