Gold Price Today: ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍
Gold and Silver price today: ପୁଣି ସୁନା ଦରରେ ହେଲା କିଛି ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ସୁନାଦର ବଢିଛି । ଯଦି ଆପଣ ସୁନା କିମ୍ବା ରୂପା କିଣିବା ପାଇଁ ଚାହୁଁଛନ୍ତି ତେବେ ନଜର ପକାଇନିଅନ୍ତୁ ଆଜିର ରେଟ୍ ଉପରେ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦର ଦଶ ଗ୍ରାମ ପ୍ରତି ୫୭,୯୫୦.୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ଗୋଲ୍ଡର ମୂଲ୍ୟ ୬୩,୧୩୦ ରହିଛି । ସେହିପରି ରୂପା ୧୦୦୦ ଗ୍ରାମର ମୂଲ୍ୟ ୭୮,୨୦୦ ପ୍ରତି କିଲୋଗ୍ରାମ ରହିଛି ।
ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୬୫୦ ଟଙ୍କା ଏବଂ ୬୧,୮୯୦ ଟଙ୍କାର ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୭,୬୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦାମ୍ ୬୨,୮୯୦ ରହିଛି । ନୂଆଦିଲ୍ଲାରେ ଆଜି ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୭,୮୦୦ ଏବଂ ୬୩,୦୪୦ ରହିଛି ।

ଅନ୍ୟପକ୍ଷରେ ଚେନ୍ନାଇରେ ଆଜି ୨୨ କ୍ୟାରେଟ୍ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୫୨,୨୮୫ ରହିଥିବା ନେଇ ରେକର୍ଡ କରାଯାଇଛି । କୋଲକତାରେ ଆଜି ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୬୫୦ ଟଙ୍କା ଏବଂ ୬୨,୮୯୦ ଟଙ୍କା ରହିଛି । ସେହିପରି ରୂପା ୧୦୦୦ ଗ୍ରାମର ମୂଲ୍ୟ ୭୮,୨୦୦ ପ୍ରତି କିଲୋଗ୍ରାମ ରହିଛି ।












Click it and Unblock the Notifications