ଜାନୁଆରୀ ପହିଲାରୁ ବଦଳିଯିବ UPIର ଏହି ନିୟମ
UPI News: ଜାନୁଆରୀ 1, 2025 ରୁ UPI ବ୍ୟବହାରକାରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଆରବିଆଇ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ଅନୁଯାୟୀ, ଉପଭୋକ୍ତାମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପଠାଇବାକୁ ସକ୍ଷମ ହେବେ।

ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ UPI123 ପେ ର କାରବାର ସୀମା ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଜାନୁୟାରୀ 1, 2025 ରୁ UPI123 ପେ ମାଧ୍ୟମରେ ପ୍ରତିଦିନ 10,000 ପର୍ଯ୍ୟନ୍ତ ଟଙ୍କା ପଠାଯାଇ ପାରିବ । ଫୋନ୍ ପେ, ପେଟିଏମ୍ ଏବଂ ଗୁଗୁଲ୍ ପେ ପରି ସ୍ମାର୍ଟଫୋନ୍ ଆପ୍ ଉପରେ କାରବାର ସୀମା ସମାନ ରହିବ । ଉପଭୋକ୍ତାମାନେ UPI ମାଧ୍ୟମରେ ପ୍ରତିଦିନ 1 ଲକ୍ଷ ପର୍ଯ୍ୟନ୍ତ କାରବାର କରିପାରିବେ ।












Click it and Unblock the Notifications