୨୦୨୪ରେ ହୃଦଘାତରେ ହୋଇଛି ଏହି ସେଲିବ୍ରିଟିଙ୍କ ଜୀବନ
Heart Attack Prevention: 2024 ଶେଷ ହେବା ପାଇଁ ଯାଉଛି । ଚଳିତ ବର୍ଷ ଅନେକ ବଲିଉଡ ସେଲିବ୍ରିଟିଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି । ଗତ ମାସରେ ନଭେମ୍ବର 1 ତାରିଖରେ ବଲିଉଡର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ତଥା ସାରା ବିଶ୍ୱରେ ଫ୍ୟାଶନ୍ ଡିଜାଇନ୍ ମାଧ୍ୟମରେ ନାମ ଅର୍ଜନ କରିଥିବା ରୋହିତ ବଲ୍ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। 63 ବର୍ଷୀୟ ରୋହିତ ବାଲ ଜଣେ ବିଶ୍ୱ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ଥିଲେ ।
ଚଳିତ ବର୍ଷ ସେପ୍ଟେମ୍ବର 8 ରେ ହୃଦ୍ଘାତ ଯୋଗୁଁ ବଲିଉଡ ଅଭିନେତା ତଥା ମଡେଲ ବିକାଶ ସେଠୀ 48 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ । ଅନୁପମା ସିରିଏଲ ଏବଂ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ରିତୁରାଜ ସିଂଙ୍କ ମୃତ୍ୟୁ 58 ବର୍ଷ ବୟସରେ ହୃଦଘାତ ଯୋଗୁ ଫେବୃଆରୀ 20 ରେ ତାଙ୍କ ମୃତ୍ୟୁ ହୋଇଥିଲା । ଦୂରଦର୍ଶନର ପ୍ରସିଦ୍ଧ ସିରିୟଲରେ କାମ କରିଥିବା କବିତା ଚୌଧୁରୀଙ୍କ ମଧ୍ୟ ହୃଦଘାତ କାରଣରୁ 67 ବର୍ଷ ବୟସରେ ଏହି ଦୁନିଆ ଛାଡିଥିଲେ।

ହୃଦଘାତକୁ ଏଡାଇବା ପାଇଁ, ଆପଣ ଅତ୍ୟଧିକ ମଦ୍ୟପାନ ଏବଂ ସିଗାରେଟ୍ ପିଇବା ଉଚିତ୍ ନୁହେଁ ଏବଂ ଆପଣଙ୍କର ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍କୁ ସାଧାରଣ ସ୍ତରରେ ରଖିବା ଉଚିତ୍ । ସେହିପରି ଖାଦ୍ୟ ଯତ୍ନ ନେବା ଉଚିତ । ସେହିପରି ଖାଦ୍ୟରେ ଅଧିକ ପନିପରିବା ସାମିଲ କରନ୍ତୁ । ସେହିପରି ପ୍ରତ୍ୟେକ ଦିନ ଫଳ ଖାଇବା ଉଚିତ୍, ଯଦି ଆପଣ ଶାକାହାରୀ ନୁହଁନ୍ତି ତେବେ ଆପଣ ଧ୍ୟ ମାଛ ଖାଇପାରିବେ। ସେହିପରି ବ୍ୟାୟାମ କରିବା ଉତିତ୍ । ଆପଣ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ ମଧ୍ୟ ଜାରି ରଖିବା ଉଚିତ୍ ।












Click it and Unblock the Notifications