ଏଲୋନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି: ୧୦ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିବ ଟେସଲା
Elon Musk: ଇଲେକଟ୍ରୋନିକ ଗାଡ଼ି ନିର୍ମାଣ କରୁଥିବା କମ୍ପାନୀ ଟେସଲାରେ ହେବା ପାଇଁ ଯାଉଛି ବଡ଼ ଧରଣର ଛଟେଇ । ଟେସଲା ସିଇଓ ଏଲୋନ୍ ମସ୍କ କମ୍ପାନୀର ପ୍ରାୟ ୧୦ ପ୍ରତିଶତ କର୍ମଚାରୀଙ୍କୁ କଢାଯିବା ନେଇ ଘୋଷଣା କରିଛନ୍ତି । ମାର୍କେଟରେ ଇଲେକଟ୍ରୋନିକ ଗାଡ଼ିର ଚାହିଦା କମୁଥିବାରୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି । ଟେଲଲା କର୍ମଚାରୀଙ୍କୁ ଏଲୋନ୍ ମସ୍କ ଏକ ଇମେଲ୍ ପଠାଇ ଏନେଇ ସୂଚନା ଦେଇଛନ୍ତି ।
କୁହାଯାଇଛି ଯେ, କମ୍ପାନୀର ବିଭିନ୍ନ ବିଭାଗରେ ଅନେକ ଲୋକ ସମାନ କାର୍ଯ୍ୟ କରୁଛନ୍ତି ଏହା ବ୍ୟତୀତ କିଛି ସ୍ଥାନରେ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ସେଥି ପାଇଁ ଆମକୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆମର କମ୍ପାନୀର ୧୦ ପ୍ରତିଶତ କର୍ମଚାରୀ ବିଦା କରାଯାଇ ପାରେ ।

ଏଲୋନ୍ ମସ୍କଙ୍କ ଅନୁଯାୟୀ, ଟେସଲା ଏହାର ଅଗ୍ରଗତିର ପରବର୍ତ୍ତୀ ପର୍ଯ୍ୟାୟ ଆଡକୁ ଗତି କରୁଛି। ଏଥିପାଇଁ ଆମକୁ ଖର୍ଚ୍ଚ କମ୍ କରିବା ସହ ପ୍ରଡକ୍ସନ ବୃଦ୍ଧି କରିବା ପାଇଁ ପଡିବ ଯେଉଁଥି ପାଇଁ ଆମକୁ ସବୁ ଦିଗରେ କାର୍ଯ୍ୟ କରିବା ପାଇଁ ପଡିବ । ସେ ଆହରୁ କହିଛନ୍ତି ସବୁ କମ୍ପାନୀର ସମସ୍ତ ଦିଗରେ ରିସର୍ଚ କରିବା ପରେ ଏହା ସ୍ଥିର କରାଯାଇଛି ପାଖାପାଖି ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ପଡିବ । ଏଲୋନ ମସ୍କ କହିଛନ୍ତି, ମୁଁ ଏପରି ନିଷ୍ପତ୍ତି ନେବା ପାଇଁ ଘୃଣା କରେ ହେଲେ କଠୋର ହେଲେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଗତ ବର୍ଷ ପର୍ଯ୍ୟନ୍ତ ଟେସଲାରେ ୧,୪୦,୪୭୩ କର୍ମଚାରୀ କାର୍ଯ୍ୟ କରୁଥିଲେ । ଗତ ୩ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି । କମ୍ପାନୀ ଏହାର ନିଜର ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛି । ଯଦି ଏପରି ଛଟେଇ ପୁରା ବିଶ୍ୱରେ କରାଯାଏ ତେବେ ପାଖାପାଖି ୧୪ ହଜାର ଲୋକଙ୍କର ଚାକିରି ଯାଇପାରେ । ଗତ ମାସରେ କମ୍ପାନୀ ଦ୍ୱାରା ପ୍ରକାଶିତ ବିକ୍ରୟ ସଂଖ୍ୟାରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା । ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କମ୍ପାନୀର ବିକ୍ରୟ ହାର ଏତେ ହ୍ରାସ ପାଇଛି । ତେବେ କମ୍ପାନୀର ଖରାପ ପ୍ରଦର୍ଶନ ଯୋଗୁଁ ଭବିଷ୍ୟତରେ ବିକ୍ରିରେ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ।












Click it and Unblock the Notifications