ପ୍ରସିଦ୍ଧ ବଡି ବିଲଡର 'Illia Golem' ହୃଦଘାତରେ ମୃତ୍ୟୁ
Illia Golem: ପ୍ରସିଦ୍ଧ ବଡି ବିଲଡର ଇଲିଆ ଗୋଲେମ ୟେଫିମଚିକଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ କହିଛନ୍ତି ଯେ ସେପ୍ଟେମ୍ବର ୨ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। Illia Golem କୋମାକୁ ଚାଲି ଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଛି । ବଡି ବିଲଡର ଇଲିଆ ଗୋଲେମଙ୍କୁ ମାତ୍ର 36 ବର୍ଷ ବୟସ ହୋଇଥିଲା। ହୃଦଘାତ ହେତୁ ଅଳ୍ପ ବୟସରେ ତାଙ୍କର ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦି ମ୍ୟୁଟାଣ୍ଟ ନାମରେ ଜଣାଶୁଣା ଇଲିଆ ଗୋଲେମ ୟେଫିମଚିକଙ୍କର 36 ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଥିଲା। ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ବେଶ ଅଧିକ । ତାଙ୍କୁ ସେପ୍ଟେମ୍ବର 6 ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଭଲ ଖାଦ୍ୟ ଖାଉଥିଲେ, ସେ 100 ଖଣ୍ଡ ସୁଶି ଏକା ଖାଉଥିଲେ ।












Click it and Unblock the Notifications