Lunar Eclipse 2024: ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଭାରତର ଏହି ସ୍ଥାନରେ ହୋଇପାରେ ଦୃଶ୍ୟମାନ
Lunar Eclipse 2024: ଚନ୍ଦ୍ରଗ୍ରହଣ ହେଉଛି ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ଯେତେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ସେତେବେଳେ ଚନ୍ଦ୍ର ଗ୍ରହଣ ଲାଗିଥାଏ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରର ରଙ୍ଗ ଲାଲ୍ ଥାଏ ।
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । 2024 ମସିହାରେ ସମୁଦାୟ 2ଟି ଚନ୍ଦ୍ରଗ୍ରହଣ ଘଟିବ ଏଂବ 2ଟି ପରାଗ ଲାଗିବ । ମାର୍ଚ୍ଚ 25 ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଘଟିଥିଲା । ବର୍ତ୍ତମାନ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଶୀଘ୍ର ଲାଗିବାକୁ ଯାଉଛି ।

2024 ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର 18ରେ ଲାଗିବା ପାଇଁ ଯାଉଛି । ଏହା ଭାରତୀୟ ସମୟ ସକାଳ 6:11 ରୁ ଆରମ୍ଭ ହୋଇ 10:17 ରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣର ଅବଧି 4 ଘଣ୍ଟା 6 ମିନିଟ୍ ରହିବ । ଚାଲନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ କେଉଁ କେଉଁ ସ୍ଥାନରେ ଦୃଶ୍ୟମାନ ହେବ । ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୟୁରୋପର ସୀମିତ ଅଞ୍ଚଳରେ ଏବଂ ଏସିଆର ଅଧିକାଂଶ ଅଂଶ ଯେପରିକି ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ୍, ଭାରତ ମହାସାଗର, ଆର୍କଟିକ୍, ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ।
ଏହି ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ ନାହିଁ, କିନ୍ତୁ ମୁମ୍ବାଇ ସମେତ କେତେକ ପଶ୍ଚିମ ସହରରେ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର 18ରେ ଘଟୁଥିବା ଗ୍ରହଣ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ଅଞ୍ଚଳରେ ଦୃଶ୍ୟମାନ ହେବ ନାହିଁ ସେଥିପାଇଁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, ତେଣୁ ଏହାର ସୂତାକ ଅବଧି ମଧ୍ୟ ବୈଧ ହେବ ନାହିଁ।












Click it and Unblock the Notifications