ସିଂହ ସହ ଫଟୋସୁଟ୍ କରିବା ପଡିଲା ମହଙ୍ଗା, ଦେଖନ୍ତୁ ଏହି ଭୟଙ୍କ ଭିଡିଓ
Viral Video News: ସିଂହ ସହ ଫଟୋସୁଟ୍ କରିବା ପଡିଲା ମହଙ୍ଗା । ଜଣେ ବ୍ୟକ୍ତି ତାଙ୍କ ପାଳିତ ସିଂହ ସହିତ ଏକ ଫଟୋସୁଟ୍ କରିବା ସହ ଭିଡିଓ ବନାଉଥିଲେ । ହେଲେ ସିଂହଟି ହଠାତ୍ ଆକ୍ରମଣ କରି ଦେଇଥିଲା । ଭାଇରାଲ ହେଉଥିବା ଏହି ଭିଡିଓରେ ସିଂହର ଆକ୍ରମଣର ଝଲକ ଦେଖିବା ପାଇଁ ମିଳୁଛି ।

ସିଂହଟି ବ୍ୟକ୍ତିଙ୍କ ପାଖକୁ ଆସି ବ୍ୟକ୍ତି ଜଣକଙ୍କର ବେକକୁ ଧରୁଥିବାର ଦେଖିବା ପାଇଁ ମିଳୁଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ଘଟିଛି । ଯେଉଁଠାରେ ଜଣେ ବ୍ୟକ୍ତି ଏକ ସିଂହକୁ ଗୃହପାଳିତ ପଶୁ ଭାବରେ ପାଳିଛନ୍ତି । ବ୍ୟକ୍ତି ଜଣଙ୍କ ସିଂହ ପାଖରେ ବସିଛନ୍ତି ଏବଂ ପାଖରେ ଅନ୍ୟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସିଂହଟି ଧିରେ ଧିରେ ବ୍ୟକ୍ତିଙ୍କ ପାଖକୁ ଆସୁଛି ଏବଂ ସେ ଉକ୍ତ ବ୍ୟକ୍ତିଙ୍କ ବେକକୁ ଧରିବା ପାଇଁ ଚେଷ୍ଟା କରୁଛି । ଯାହା ପରେ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ସିଂହକୁ ମାରି ସେଠାରୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ ।
ବ୍ୟକ୍ତି ଜଣକ ସିଂହର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆକ୍ରମଣ ଏତେ ଶୀଘ୍ର ହୋଇଥିଲା ଯେ ବ୍ୟକ୍ତି ଜଣକ କିଛି ବୁଝିପାରି ନଥିଲେ । ସିଂହ ଆକ୍ରମଣରେ ତାଙ୍କ ବେକରେ ସାମାନ୍ୟ ଆଘାତ ଲାଗିଥିବାରେ ଦେଖିବା ପାଇଁ ମିଳୁଛି । ଏହି ଭିଡିଓଟି ଜର୍ଣ୍ଣାବ ଖାନ ଲଶାରୀ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି, ଅନେକ ଲୋକ ଭିଡିଓଟିକୁ ଲାଇକ ମଧ୍ୟ କରିଛନ୍ତି।












Click it and Unblock the Notifications