ଏହି ଦେଶରେ ମିଳେ ସବୁଠୁ ଶସ୍ତା ସୁନା
Gold Rate: ଆଜିକା ତାରିଖରେ ସାରା ବିଶ୍ୱରେ ସୁନା ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦାମ୍ ସହ ଲୋକଙ୍କ ଚାହିଦା ମଧ୍ୟ ବଢିବାରେ ଲାଗିଛି । ଲୋକମାନେ ସୁନା ଅଳଙ୍କାର ଆକାର କିଣିବାକୁ ପସନ୍ଦ କରନ୍ତି। ସେହିପରି କିଛି ଲୋକ ଏହାକୁ ନିବେଶ ପାଇଁ ଏକ ଭଲ ବିକଳ୍ପ ଭାବରେ ବିବେଚନା କରନ୍ତି । ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ, ସୁନା ମୂଲ୍ୟରେ ପରିବର୍ତ୍ତନ ଘଟୁଛି।
ଅନେକ କାରଣ ଯୋଗୁଁ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ । ଟିକସ, ଆମଦାନୀ ଶୁଳ୍କ ଏବଂ ବଜାର ଚାହିଦା ଅନ୍ତର୍ଭୁକ୍ତ ଆଦି ପାଇଁ ଗୋଲ୍ଡ ରେଟ୍ ବୃଦ୍ଧି ପାଇଥାଏ । ହେଲେ ଆଜି ବି ଏପରି ଦେଶ ଅଛି ଯେଉଁଠି ସୁନା ମୂଲ୍ୟ ବହୁତ କମ୍, ଏହି ଦେଶଗୁଡ଼ିକ ସୁନା କ୍ରୟ ପାଇଁ ପ୍ରମୁଖ କେନ୍ଦ୍ର ପାଲଟିଛି । ଯେତେବେଳେ ସୁନା କଥା ଆସେ, ଲୋକଙ୍କ ମନରେ ପ୍ରଥମେ ଦୁବାଇର ନାମ ଆସିଥାଏ କାରଣ ଏଠାରେ ଶସ୍ତା ମୂଲ୍ୟରେ ଭଲ ସୁନା ମିଳିଥାଏ ।

ଦୁବାଇ ଏପରି ଏକ ଦେଶ ଯେଉଁଠାରେ ସୁନା କିଣିବା ଉପରେ କୌଣସି ଟିକସ ଦେବାକୁ ପଡ଼େ ନାହିଁ। ସେଥି ପାଇଁ ଦୁବାଇରେ ସୁନାର ଚାହିଦା ସର୍ବଦା ବହୁତ ଅଧିକ ଥାଏ କାରଣ ବିଭିନ୍ନ ଦେଶର ଲୋକମାନେ ସୁନା କିଣିବାକୁ ପସନ୍ଦ କରନ୍ତି।
ଦୁବାଇର ଦେଇରା ସିଟି ସେଣ୍ଟରକୁ ସୁନାର କେନ୍ଦ୍ର କୁହାଯାଏ। ଏଠାରେ ବହୁତ ଭଲ ସୁନା ମିଳୁଥିବାରୁ, ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଏଠାକୁ ଆସି ସୁନା କିଣିବାକୁ ପସନ୍ଦ କରନ୍ତି। ଦେଇରା ସହରରେ ତିଆରି ସୁନା ଅଳଙ୍କାର ବହୁତ ଆକର୍ଷଣୀୟ ଏଠାକାର କାରିଗରମାନେ ସୁନା ଅଳଙ୍କାରକୁ ବହୁତ ସୁନ୍ଦର ଭାବେ ତିଆରି କରିଥାନ୍ତି ।
ଏହି ୧୦ଟି ଦେଶରେ ୨୦୨୫ ମସିହାରେ ସବୁଠାରୁ ଶସ୍ତା ରହିଛି ସୁନା ଦର
ଆମେରିକାରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୬୭୭୪୮ ଟଙ୍କା ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୨୦୯୧ ଟଙ୍କା ରହିଛି ।
ଅଷ୍ଟ୍ରେଲିଆରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୬୮୨୦୪ ଟଙ୍କା ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୪୩୭୯ ଟଙ୍କା
ଦୁବାଇରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୬୩୧୦ ଟଙ୍କା ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୨୨୨୦ ଟଙ୍କା ।
ସିଙ୍ଗାପୁରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୬୯୬୭୨ ଟଙ୍କା ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୭୩୦୭ ଟଙ୍କା ରହିଛି ।
ମଲାୱିରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୯୪୦୦ ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୨୪୬୦ ଟଙ୍କା ରହିଛି ।
କଲମ୍ବିଆରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୯୫୦୦ ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୨୪୪୦ ଟଙ୍କା ରହିଛି ।
ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୭୯୫୫୦ ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୬୮୨୦ ଟଙ୍କା ରହିଛି ।












Click it and Unblock the Notifications