ବୁଲି ଯିବା କହି ସ୍ତ୍ରୀ ଓ ପୁଅକୁ କାର ଭିତରେ ଜାଳିଦେଲେ ବ୍ୟବସାୟୀ
The businessman burned his wife and son inside the car,ବୁଲି ଯିବା କହି ସ୍ତ୍ରୀ ଓ ପୁଅକୁ କାର ଭିତରେ ଜାଳିଦେଲେ ବ୍ୟବସାୟୀ
ନାଗପୁର:ବୁଲି ଯିବା କହି ସ୍ତ୍ରୀ ଓ ପୁଅକୁ କାର ଭିତରେ ଜାଳିଦେଲେ ବ୍ୟବସାୟୀ । ଏହି ଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନାଗପୁକରେ । ରାସ୍ତା ଉପରେ ସ୍ତ୍ରୀ ଓ ପୁଅକୁ କାର ସହ ନିଆଁ ଲଗାଇବା ପେର ନିଜ ଦେହରେ ମଧ୍ୟ ପୋଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି ନାଗପୁରର ଜଣେ ବ୍ୟବସାୟୀ ।

ନାଗପୁରର ଜୟତାଲାର ବାସୀନ୍ଦା ରାମରାଜ ଭଟ୍ଟ ଜଣେ ବ୍ୟବସାୟୀ ।ମଙ୍ଗଳବାର ଅପରାହ୍ନରେ ପୁଅ ଓ ସ୍ତ୍ରୀକୁ ବୁଲିବାକୁ ଯିବା କହି ଘରୁ ବାହାରିଥିଲେ । ବାଟରେ କାର ରଖି ଆଣ୍ଟାସିଡ୍ ନାଁ କହି ବିଷ ପିଇବାକୁ ଦେଇଥିଲେ । ବିନା କାରଣରେ ଆଣ୍ଟସିଡ ପିଇବାକୁ ମନା କରିଦେଇଥିଲେ ପୁଅ ଓ ସ୍ତ୍ରୀ। ଯାହା ପରେ ଡିକିରେ ରଖିଥିବା ପେଟ୍ରୋଲ ଆଣି କାର ଉପରେ ଢାଳି ପରେ ଗାଡ଼ିରେ ନିଆଁ ଦେଇବା ସହ ନିଜ ଦେହରେ ମଧ୍ୟ ପେଟ୍ରୋଲ ଛିଞ୍ଚି ଘଟଣଆସ୍ଥଳରେ ଆତ୍ମହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବ୍ୟବସାୟୀ ରାମରାଜଙ୍କର ମୃତ୍ୟୁ ହୋଇଥିଲା । ଲୋକେ ତାଙ୍କ ପୁଅ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଡାକ୍ତର ଖାନ ନେଇଥିଲେ ଯେଉଁଠି ଉଭୟ ମରଣ ସହ ସଂଘର୍ଷ କରୁଛନ୍ତି । ତେବେ ବ୍ୟବସାୟରେ କ୍ଷତି ଯୋଗୁଁ ରାମରାଜ ଏପରି ପଦକ୍ଷେପ ନେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ରାମରାଜନଙ୍କ ଘରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ପୋଲିସ ଜବତ କରିଛି ।
ତେବେ ରାମରାଜ ଜଣେ ନଟବୋଲ୍ଟ ତିଆରି ଫ୍ୟାକ୍ଟ୍ରି ମାଲିକ ଥିଲେ ବିଭିନ୍ନ କମ୍ପାନୀ ଗୁଡିକୁ ସପ୍ଲାଇ କରୁଥିଲେ ମଧ୍ୟ କରୁଥିଲେ ହେଲେ କରୋନା ପାଇଁ ତାଙ୍କ ବ୍ୟବସାୟ ମାନ୍ଦା ପଡିଯାଇଥିବା କାରଣରୁ ପରିବାରରେ ଆର୍ଥିକ ଅନଟନ ଲାଗିରହୁଥିଲା । ଅନ୍ୟପଟେ ପୁଅ ନନ୍ଦନ ଜଣେ ଇଞ୍ଜିନିୟର ଥିଲେ ମଧ୍ୟ କରୋନା ଯୋଗୁଁ ଚାକିରି ହରାଇଥିଲେ ଯେଉଁଥି ପାଇଁ ଘରେ ଅଶାନ୍ତି ଲାଗିରହୁଥିଲା ଯେଉଁଥି ପାଇଁ ବ୍ୟବସାୟୀ ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପୋଲିସ୍ ସୂଚନା ଦେଇଛି ।












Click it and Unblock the Notifications