ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ-ଏନସିଆର, ୫ ଡିଗ୍ରୀ ପହଞ୍ଚିଲା ତାପମାତ୍ରା
Delhi Weather: ଦିଲ୍ଲୀ-ଏନସିଆରରେ ପ୍ରବଳ ଥଣ୍ତା । ଶୀତ ଲହରୀ ଯୋଗୁଁ ଲୋକମାନେ ଘରୁ ବାହାରିବା ଇଛା କରୁ ନାହାଁନ୍ତି । ଗତକାଲି ସକାଳେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା 6.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ଦିନ ଏହି ତାପମାତ୍ରା ପ୍ରାୟ ୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଆଜି ସର୍ବାଧିକ ତାପମାତ୍ରା ପ୍ରାୟ 21 ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଥଣ୍ଡା ଯୋଗୁଁ ଅସ୍ତ ବ୍ୟସ୍ତ ହୋଇ ପଡିଛି ସାଧାରଣ ଜନଜୀବନ ।
ସେହିପରି ଉତ୍ତର ପ୍ରଦେଶରେ ଥଣ୍ଡା ଏବଂ ଘନ କୁହୁଡ଼ି ସାଧାରଣ ଜୀବନକୁ ପ୍ରଭାବିତ କରିଛି । ରାଜଧାନୀ ଲକ୍ଷ୍ନୌ ସମେତ ନୋଏଡା ଏବଂ ଗାଜିଆବାଦରେ ପ୍ରବଳ ଥଣ୍ତା ଅନୁଭୂତ ହେଉଛି । ତେବେ ଆଜି ପାଗ ଭଲ ରହିବ । ଜାନୁଆରୀ 11 ତାରିଖରେ ବର୍ଷା ଏବଂ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଯୋଗୁଁ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।

ପାଟନା ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ଉତ୍ତର ଭାଗରେ ହାଲୁକା ବର୍ଷା ରେକର୍ଡ କରାଯାଇଛି, ଯେତେବେଳେ ଅନ୍ୟ ଭାଗରେ ପାଗ ଶୁଖିଲା ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି, କିନ୍ତୁ କୁହୁଡ଼ି ଏବଂ ଶୀତଳ ଲହରୀ ଜାରି ରହିବ। ରାଜ୍ୟର ଉତ୍ତର-ମଧ୍ୟ ଏବଂ ଉତ୍ତର-ପୂର୍ବ ଜିଲ୍ଲାଗୁଡ଼ିକରେ ସକାଳେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି, ଯାହା ଯାତାୟାତକୁ ପ୍ରଭାବିତ କରିପାରେ।
କଶ୍ମୀର ଉପତ୍ୟକାରେ ଥଣ୍ଡା ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଗୁଲମାର୍ଗ ଏବଂ ପହଲଗାମ ଭଳି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପାଇଛି । ଆଗାମୀ ଦିନରେ ହାଲୁକା ତୁଷାରପାତ ଏବଂ ଥଣ୍ଡା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସେହିପରି ରାଜସ୍ଥାନରେ ଥଣ୍ଡାର ତୀବ୍ରତା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଆଗାମୀ ଦିନରେ ବର୍ଷା ଏବଂ କୁଆପଥର ବର୍ଷାର ସମ୍ଭାବନା ଥିବାରୁ ଥଣ୍ତା ମଧ୍ୟ ବୃଦ୍ଧି ପାଇପାରେ ।
ପଞ୍ଜାବ ଏବଂ ହରିୟାଣାରେ ଥଣ୍ଡା ଶୀର୍ଷରେ ପହଞ୍ଚିଛି। ସର୍ବନିମ୍ନ ତାପମାତ୍ରା ୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଅମୃତସର, ପଟିଆଲା ଏବଂ ଲୁଧିଆନା ଭଳି ସହରରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ବହୁତ କମ୍ ଅଛି। ସେହିପରି ଓଡ଼ିଶାରେ ମଧ୍ୟ ପ୍ରବଳ ଥଣ୍ତା ଅନୁଭୂତ ହୋଇଛି । ଏହା ସହ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ।












Click it and Unblock the Notifications