କମୁଛି ପାରଦ, ବଢୁଛି ଶୀତ: 5 ସହରରେ ତାପମାତ୍ରା 15 ଡିଗ୍ରୀ ତଳେ
ପାଞ୍ଚ ସହରରେ ତାପମାତ୍ରା 15 ଡିଗ୍ରା ତଳେ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ଏଥିସହ ଅନେକ ସ୍ଥାନରେ ଶୀତର ଲହରୀ ଆରମ୍ବ ହୋଇଛି । ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର 5ଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ଯେଉଁଥିରେ ସୋନପୁର ସବୁଠାରୁ କମ୍ 11.8 ଡିଗ୍ରୀ ରେକର୍ଡ କରାଯାଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା କ୍ରମାଗତ ଭାବେ କମୁଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।













Click it and Unblock the Notifications