ସ୍ଵାଧୀନତା ଦିବସ ୨୦୨୪ ଲାଇଭ ଅପଡେଟ: ଆଜି 78 ତମ ସ୍ବାଧୀନତା ଦିବସ
Independence day 2024: ଆଜି 78 ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ, ଇଣ୍ଡିଆ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲାଲକିଲ୍ଲା ଚାରିପାଖରେ ସୁରକ୍ଷା କଡାକଡି କରାଯାଇଛି, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯାଉଛି । ଏପଟେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସ୍ୱାଧୀନତା ଦିବସରେ କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା: ଋତୁସ୍ରାବ ପାଇଁ ମିଳିବ ଛୁଟି
ଆଜି ସ୍ୱାଧୀନତା ୭୮ ତମ ସ୍ୱାଧୀନତା ଦିବସ, ଯେଉଁଥି ପାଇଁ ସାରା ଦେଶ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ସ୍ୱାଧୀନତା ଦିବସ ଅବସରରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଗୁରୁବାର ଗଣମାଧ୍ୟମକୁ ଭେଟିଥିଲେ। ଏହି ସମୟରେ ସେ ଦେଶର ଲୋକଙ୍କୁ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ଆମେ ସ୍ଥିର କରିଛୁ ଯେ ଆମ ଦେଶ କଦାପି ଦାସତ୍ୱରେ ରହିବା ଉଚିତ ନୁହେଁ। ଏହି ସମୟରେ ତେଜସ୍ୱୀ ଯାଦବ ମଧ୍ୟ ଏହି ସମୟ ମଧ୍ୟରେ ଉପସ୍ଥିତ ଥିଲେ।
୧୨୦ ଏକର ଜମିରେ ନିର୍ମାଣ ହେବ ହକି ଷ୍ଟାଡିଅମ: ମୁଖ୍ୟମନ୍ତ୍ରୀ
୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବ।ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହି ସମୟରେ ସେ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ସେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ହକି ପାଇଁ ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିଅମ ନିର୍ମାଣ ହେବ।
ମୋଦି ତାଙ୍କ ସମ୍ବୋଧନରେ କରୋନା ମହାମାରୀ ଏବଂ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ କହିଥିଲେ। ସେ କହିଥିଲେ, ଯେତେବେଳେ ସେନା ଏୟାର ଷ୍ଟ୍ରାଇକ କରେ ସେତେବେଳେ ଯୁବକଙ୍କ ଛାତି ଗର୍ବରେ ଭରିଯାଏ। ଏଗୁଡ଼ିକ ଦେଶବାସୀଙ୍କ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରୁ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ କହିଛନ୍ତି, ଆମେ କରୋନା ଅବଧିକୁ ଆଦୌ ଭୁଲି ପାରିବା ନାହିଁ।
ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି: ମୁଖ୍ୟମନ୍ତ୍ରୀ
ଓଡ଼ିଶାବାସୀ ସ୍ବାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ, ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ , ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି, ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ , ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ, ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ, ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ, ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା
ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜି ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଇଛନ୍ତି ।
ସେହିପରି ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେଇଛନ୍ତି । ପରେଡକୁ କମାଣ୍ତ କରିଛନ୍ତି IPS ଅମ୍ରିତ ପାଲ୍ କର ।
ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋଦି
ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋଦି । ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ । ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ । ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ । ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ: ମୋଦି
'ବଢ଼ିବ ୭୫ ହଜାର ମେଡିକାଲ ସିଟ୍’
ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ,ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି, ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା, ମେଡିକାଲ ଶିକ୍ଷା ପାଇଁ ଯୁବପିଢ଼ି ବିଦେଶକୁ ଯାଉଛନ୍ତି, ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବୁ
ଜନସାଧାରଣ ଆମକୁ ତୃତୀୟ ଥର ସେବା କରିବାର ସୁଯୋଗ ଦେଇଛନ୍ତି, ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି - ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ 60 ବର୍ଷ ପରେ ଜନସାଧାରଣ ଆମକୁ କ୍ରମାଗତ ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ଦେଇଛନ୍ତି। ଜନସାଧାରଣଙ୍କ ଆଶୀର୍ବାଦରେ ମୋ ପାଇଁ କେବଳ ଗୋଟିଏ ବାର୍ତ୍ତା ଅଛି - ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେବା, ପ୍ରତ୍ୟେକ ପରିବାରକୁ ସେବା, ପ୍ରତ୍ୟେକ କ୍ଷେତ୍ରକୁ ସେବା ଏବଂ ଏହା ମାଧ୍ୟମରେ ବିକାଶର ନୂତନ ଉଚ୍ଚତାରେ ପହଞ୍ଚିବା ଦେଶ । ଲାଲକିଲ୍ଲାରୁ ମୁଁ ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ କରୁଛି ।
READ MORE













Click it and Unblock the Notifications