For Quick Alerts
Turn On Notification  
For Daily Alerts
Oneindia App Download

ଋଷଭ ପନ୍ତଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ବସ୍ ଡ୍ରାଇଭର୍, ଟ୍ୱିଟରେ ଟ୍ରେଣ୍ତ କରୁଛନ୍ତି ସୁଶୀଲ କୁମାର

ଋଷଭ ପନ୍ତଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ବସ୍ ଡ୍ରାଇଭର୍, ଟ୍ୱିଟରେ ଟ୍ରେଣ୍ତ କରୁଛନ୍ତି ସୁଶୀଲ କୁମାର

|

Trending News: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ସେ ସୁସ୍ଥ ମଧ୍ୟ ଅଛନ୍ତି । ଦିଲ୍ଲୀରୁ ତାଙ୍କ ଘରକୁ ଯାଉଥିବା ବେଳେ ୩୦ ଡିସେମ୍ବର ସକାଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଋଷଭ ପନ୍ତ । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାରଟି ଜଳିଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା Haryana Roadwaysର ବସ୍ ଡ୍ରାଇଭର, କଣ୍ଡକ୍ଟର ଋଷଭ ପନ୍ତଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ।

 Rishabh Pant

ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଲଗାତାର ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହା ସହିତ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର, ଯେଉଁମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି । ଏହା ସହିତ ହରିୟାଣା ସରକାର ବସ୍ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତଙ୍କୁ ସମ୍ମାନିତ କରିଛନ୍ତି । ସୋସିଆଲ ମିଡିଆରେ ଲଗାତାର ଡ୍ରାଇଭର୍ ଏବଂ କଣ୍ତକ୍ଟର ଟ୍ରେଣ୍ତରେ ଅଛନ୍ତି ସେମାନଙ୍କ ଫଟୋ ସେୟାର କରି ଲୋକେ ତାଙ୍କୁ ଧନ୍ୟବାଦ ଦଣାଇବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ସବୁଠି ଏବେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ବସ ଡ୍ରାଇଭର ସୁଶୀଲ କହିଛନ୍ତି ଯେ, ଋଷଭ ପନ୍ତ କିଏ ସେ ଜାଣି ନଥିଲେ । କିନ୍ତୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗାଡ଼ କରି ମେଡିକାଲ ନେବା ପାଇଁ ସେ ବ୍ୟବସ୍ଥା କରଥିଲୁ । ସେ କହିଛନ୍ତି ଯେ, ତାଙ୍କ ବିପରୀତ ଦିଗରୁ ଏସୟୁଭି କାରଟି ଦ୍ରୁତ ଗତିରେ ଆସି ଡିଭାଇଡର ସହ ପିଟି ହୋଇଥିଲା । ତୁରନ୍ତ ମୁଁ ଏବଂ ବସ କଣ୍ତକ୍ଟର ବସକୁ ଅଟକାଇ ଘଟଣା ସ୍ଥକଳୁ ଧାଇଁ ଯାଇଥିଲୁ ଏତେ କାଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲୁ । ବର୍ତ୍ତମାନ ଉଭୟଙ୍କ ଯୋଡି ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିଣୁଛି । ସମସ୍ତେ ତାଙ୍କର ଦୟା ଏବଂ ସାହସର ପ୍ରଶଂସା କରୁଛନ୍ତି । ଏହା ସହିତ ବସ ଡ୍ରାଇଭର୍ ସୁଶୀଲ କୁମାର ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ ତାଲିକାରେ ସ୍ଥାନ ପାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sushil Kumar is trending on Twitter, Bus Driver is in the news for helping Rishabh Pant
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X