Get Updates
Get notified of breaking news, exclusive insights, and must-see stories!

ଋଷଭ ପନ୍ତଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ବସ୍ ଡ୍ରାଇଭର୍, ଟ୍ୱିଟରେ ଟ୍ରେଣ୍ତ କରୁଛନ୍ତି ସୁଶୀଲ କୁମାର

ଋଷଭ ପନ୍ତଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ବସ୍ ଡ୍ରାଇଭର୍, ଟ୍ୱିଟରେ ଟ୍ରେଣ୍ତ କରୁଛନ୍ତି ସୁଶୀଲ କୁମାର

Trending News: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ସେ ସୁସ୍ଥ ମଧ୍ୟ ଅଛନ୍ତି । ଦିଲ୍ଲୀରୁ ତାଙ୍କ ଘରକୁ ଯାଉଥିବା ବେଳେ ୩୦ ଡିସେମ୍ବର ସକାଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଋଷଭ ପନ୍ତ । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାରଟି ଜଳିଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା Haryana Roadwaysର ବସ୍ ଡ୍ରାଇଭର, କଣ୍ଡକ୍ଟର ଋଷଭ ପନ୍ତଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ।

 Rishabh Pant

ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଲଗାତାର ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହା ସହିତ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର, ଯେଉଁମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି । ଏହା ସହିତ ହରିୟାଣା ସରକାର ବସ୍ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତଙ୍କୁ ସମ୍ମାନିତ କରିଛନ୍ତି । ସୋସିଆଲ ମିଡିଆରେ ଲଗାତାର ଡ୍ରାଇଭର୍ ଏବଂ କଣ୍ତକ୍ଟର ଟ୍ରେଣ୍ତରେ ଅଛନ୍ତି ସେମାନଙ୍କ ଫଟୋ ସେୟାର କରି ଲୋକେ ତାଙ୍କୁ ଧନ୍ୟବାଦ ଦଣାଇବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ସବୁଠି ଏବେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ବସ ଡ୍ରାଇଭର ସୁଶୀଲ କହିଛନ୍ତି ଯେ, ଋଷଭ ପନ୍ତ କିଏ ସେ ଜାଣି ନଥିଲେ । କିନ୍ତୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗାଡ଼ କରି ମେଡିକାଲ ନେବା ପାଇଁ ସେ ବ୍ୟବସ୍ଥା କରଥିଲୁ । ସେ କହିଛନ୍ତି ଯେ, ତାଙ୍କ ବିପରୀତ ଦିଗରୁ ଏସୟୁଭି କାରଟି ଦ୍ରୁତ ଗତିରେ ଆସି ଡିଭାଇଡର ସହ ପିଟି ହୋଇଥିଲା । ତୁରନ୍ତ ମୁଁ ଏବଂ ବସ କଣ୍ତକ୍ଟର ବସକୁ ଅଟକାଇ ଘଟଣା ସ୍ଥକଳୁ ଧାଇଁ ଯାଇଥିଲୁ ଏତେ କାଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲୁ । ବର୍ତ୍ତମାନ ଉଭୟଙ୍କ ଯୋଡି ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିଣୁଛି । ସମସ୍ତେ ତାଙ୍କର ଦୟା ଏବଂ ସାହସର ପ୍ରଶଂସା କରୁଛନ୍ତି । ଏହା ସହିତ ବସ ଡ୍ରାଇଭର୍ ସୁଶୀଲ କୁମାର ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ ତାଲିକାରେ ସ୍ଥାନ ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+