Get Updates
Get notified of breaking news, exclusive insights, and must-see stories!

ଅର୍ଣ୍ଣବଙ୍କୁ ମିଳିଲା ଜାମିନ : ସୁପ୍ରିମକୋର୍ଟର ବିଚାରପତି କହିଲେ ଏଭଳି କିଛି କଥା..

ଦୀର୍ଘ 8 ଦିନ ପରେ ରିପବ୍ଲିକ୍ ଟିଭିର ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ଆଜି ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀ : ଶେଷରେ ଦୀର୍ଘ 8 ଦିନ ପରେ ରିପବ୍ଲିକ୍ ଟିଭିର ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ଆଜି ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହି ଜାମିନ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୁଡ ନ୍ୟାୟିକ ବ୍ୟବସ୍ଥାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ପାଲଟା ପ୍ରଶ୍ନ ପଚାରିଛନ୍ତି ।
ଆଜି 2018ରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟର ଜଷ୍ଟିସ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରୁଥିଲେ । ଶୁଣାଣି ସମୟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ କପିଲ ସିବଲଙ୍କୁ ପ୍ରଶ୍ନ ପଚାରିଥିଲେ ସୁପ୍ରିମକୋର୍ଟ ।

ଅର୍ଣ୍ଣବ ଗୋସ୍ୱାମୀ

ଏଭଳି ମାମଲାରେ ଅର୍ଣ୍ଣବଙ୍କୁ ଅଟକ ରଖି ପଚରାଉଚରା କରିବା କଣ ନିହାତି ଆବଶ୍ୟକ ଥିଲା ? ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶକ୍ତି ରହିଛି । ମହାରାଷ୍ଟ୍ର ସରକାର ଏସମସ୍ତକୁ ଅଣଦେଖା କରିବା ଉଚିତ ବୋଲି ଜଷ୍ଟିସ ଚନ୍ଦ୍ରଚୁଡ କହିଥିଲେ। ଆହୁରି ମଧ୍ୟ ଜଷ୍ଟିସ ଚନ୍ଦ୍ରଚୁଡ୍ କହିଛନ୍ତି, "ହୋଇପାରେ ଆପଣ ତାଙ୍କର (ଅର୍ଣ୍ଣବ)ଙ୍କର ବିଚାରଧାରାକୁ ପସନ୍ଦ କରନ୍ତି ନାହିଁ । ମୋ କଥା ହେଲା, ମୁଁ ତାଙ୍କର ଚ୍ୟାନେଲ୍ ଦେଖେ ନାହିଁ ହେଲେ ହାଇକୋର୍ଟ ଯଦି ଜାମିନ ନ ଦେବେ ତାହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଏ । ଆମକୁ ଏକ ମଜବୁତ୍ ସନ୍ଦେଶ ଦେବାକୁ ପଡିବ । ପୀଡିତର ନିରପେକ୍ଷ ତଦନ୍ତର ଅଧିକାର ରହିଛି ।"
ଏଠାରେ କହିରଖିବାକୁ ଚାହୁଁ ଯେ ଅର୍ଣ୍ଣବଙ୍କ ରିପବ୍ଲିକ ଟିଭିର ଜଣେ କର୍ମଚାରୀ ଅନୁଭୟ ନାୟକ ଆତ୍ମହତ୍ୟା କରିଥିଲେ । ବକେୟା ଟଙ୍କା ନଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୃତ ଅନୁଭୟଙ୍କ ଝିଅ ଅଭିଯୋଗ କରିବା ପରେ ଏହି ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଥିଲା । ଏଥିସହ ଅର୍ଣ୍ଣବଙ୍କ ଘରକୁ ଯାଇ ମୁମ୍ବାଇ ପୁଲିସ ତାଙ୍କୁ ଉଠାଇ ଆଣିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+