ଭୂକମ୍ପରେ ଥରିଲା ଭାରତର ଅନେକ ରାଜ୍ୟ

ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି । ଦେଶର ଅନେକ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 7.2 ରେକର୍ଡ କରାଯାଇଛି । ହେଲେ ଏହି ଭୂମିକମ୍ପ ଯୋଗୁଁ ଦେଶରେ କୌଣସି ସ୍ଥାନରେ କିଛି କ୍ଷୟ କ୍ଷତି ହୋଇ ନାହିଁ ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସାଗାଇଙ୍ଗରେ ଭୂମିଠାରୁ 10 କିଲୋମିଟର ତଳେ ଥିଲା ରହିଛି । ଏହା ପ୍ରଭାବରେ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ମଣିପୁର, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିବାର ଦେଖିବା ପାଇଁ ମିଳିଛି ।

earthquake t

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଦୁଇଥର ଲଗାତାର ଭୂମିକମ୍ପ ହୋଇଥିଲା । ପ୍ରଥମ ଭୂମିକମ୍ପ ମିଆଁମାରରେ ହୋଇଥିବା ବେଳେ ଦ୍ୱିତୀୟ ଭୂମିକମ୍ପ ଥାଇଲ୍ୟାଣ୍ଡରେ ହୋଇଥିଲା। ଭୂମିକମ୍ପରେ ଏକ ନିର୍ମାଣାଧୀନ କୋଠା ମଧ୍ୟ ଭୁଶୁଡ଼ି ପଡ଼ିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏହି କୋଠାରେ କାମ କରୁଥିବା ଶ୍ରମିକମାନେ ଦୌଡ଼ି ପଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାରତରେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+