ଶୀତ ଋତୁରେ ଏହି ସବୁ ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ , ସ୍ବାସ୍ଥ୍ୟ ପାଇଁ ହେବ ଲାଭଦାୟକ ?

ଶୀତଋତୁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ଅତି ସହଜରେ ବିଭିନ୍ନ ପ୍ରକାର ରୋଗ ଶରୀରକୁ ପ୍ରବେଶ କରିଥାଏ । ତେଣୁ ଏହି ମୌସୁମୀ ପରିବର୍ତ୍ତନରେ ଆପଣମାନେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ସହ ଶରୀର ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଏହି ଶୀତଋତୁରେ ଏପରି କିଛି ଖାଦ୍ୟ ଅଛି ଯାହାକୁ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ଅହିତକର। ଆପଣମାନେ ଯଦି ସେହି ଖାଦ୍ୟ ସେବନ କରନ୍ତି ତେବେ ହୃଦଘାତ ପରି ସମସ୍ୟା ଉପୁଜିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୪ଟି ଖାଦ୍ୟ କଣ କଣ।

ରେଡମିଟ୍ ବା ଲାଲମାଂସ
ଶୀତଦିନରେ ଲାଲ ମାଂସ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ପ୍ରଚର ପରିମାଣର ସେଚୁରେଟ୍ ଫ୍ୟାଟ ଏବଂ କୋଲେଷ୍ଟ୍ରଲ ରହିଥାଏ, ଯାହାକି ହୃଦଘାତ ପରି ସମସ୍ୟା ସୃଷ୍ଟି କରେ । ତେଣୁ ଶୀତଦିନେ ରେଡ୍ ମିଟ ସେବନ କରିବା ଆଦୌ ଉଚିତ ନୁହେଁ ।

ଫାଷ୍ଟ ଫୁଡ
ଆପଣମାନେ ଶୀତଦିନେ ଫାଷ୍ଟ ଫୁଡ ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଶୀତଦିନରେ ଶରୀରରୁ କମ ଝାଳ ନିର୍ଗତ ହୁଏ ଏବଂ ଶରୀର ଅଳଶୁଆ ଭଳି ଲାଗିବା ସହ ଥକ୍କା ଲାଗିଥାଏ । ଫଳରେ ଆମ ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ । ଏପରି ସ୍ଥିତିରେ ତେଲ ମସଲା ଜାତିୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ ସେବନ କଲେ ଏହା ଶରୀରରେ କୋଲେଷ୍ଟଲର ମାତ୍ରାକୁ ବଢାଇ ଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ମେଦବହୁଳତା ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନରେ ଏପରି ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

ତେଲ ଜାତିୟ ଖାଦ୍ୟ
ଶୀତଦିନରେ ଅନେକ ଲୋକ ତେଲ ଜାତିୟ ଖାଦ୍ୟ ଅର୍ଥାତ୍ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଶୀତଦିନରେ ଏପରି ଖାଦ୍ୟ ଖାଇବା ଶରୀର ପ୍ରତି ବିପଦ ସାଜିଥାଏ । କାରଣ ଏହି ତେଲ ଜାତିୟ ଖାଦ୍ୟ ଶୀରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ । ଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେଣୁ ଶୀତଦିନେ ଏହିପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ମିଠା ଜାତିୟ ଖାଦ୍ୟ
ଶୀତଦିନେ ମିଠା ଜାତିୟ ଖାଦ୍ୟ ଯେପରି ଚାହା, କଫି ଚକୋଲେଟ୍, ପେଷ୍ଟ୍ରୀ ଆଦି ଖାଦ୍ୟ ଖାଇବାକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଏହା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରେ ଫଳରେ ହୃଦଘାତ ହେବାର ଅନେକ ସମ୍ଭାବନା ଥାଏ । ତେଣୁ ଶୀତଦିନେ ମିଠାଜାତିୟ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+