Solar Eclipse: ଦେଶର ଏହି ଭାଗରେ ଦୃଶ୍ୟମାନ ହେବ ଆଂଶିକ ସୂର୍ଯ୍ୟ ପରାଗ
Solar Eclipse: ଦେଶର ଏହି ଭାଗରେ ଦୃଶ୍ୟମାନ ହେବ ଆଂଶିକ ସୂର୍ଯ୍ୟ ପରାଗ
ଭୁବନେଶ୍ୱର: ଚଳିତ ବର୍ଷର ଶେଷ ଆଂଶିକ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବରରେ ହେବାକୁ ଯାଉଛି । ଏହାକୁ ଦେଖିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ବ ହୋଇଯାଇଛି । ଏହି ସୂର୍ଯ୍ୟ ପରାଗ ଭାରତର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟ ଗ୍ରହଣ ବିଷୟରେ ବିଶେଷ କଥା ହେଉଛି ଏହା ଆଗାମୀ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ପର୍ଯ୍ୟନ୍ତ ଭାରତରେ ଦେଖିବା ପାଇଁ ମିଳିବ ନାହିଁ । ଆଂଶିକ ସୂର୍ଯ୍ୟ ପରାଗ ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସଠିକ୍ ଭାବରେ ସମାନ ହୋଇନଥାଏ ଏବଂ ସୂର୍ଯ୍ୟ ପୃଷ୍ଠର ଏକ ଛୋଟ ଅଂଶ ଉପରେ ଏକ ଅନ୍ଧକାର ଛାୟା ଦେଖିବା ପାଇଁ ମିଳିଥାଏ ।

ଆଂଶିକ ସୂର୍ଯ୍ୟ ଗ୍ରହଣ ତିନୋଟି ପର୍ଯ୍ୟାୟରେ ଦେଖିବା ପାଇଁ ମିଳିଥାଏ । ଗ୍ରହଣ ସମୟରେ ଦେଶର ୪୩ ପ୍ରତିଶତ ଲୋକ ସୂର୍ଯ୍ୟଙ୍କୁ ଅସ୍ପଷ୍ଟ ଦେଖି ପାରିବେ। ହେଲେ ଏହି ସମୟରେ ନିଜ ଆଖିକୁ ସୂର୍ଯ୍ୟଙ୍କ UV କିରଣରୁ ରକ୍ଷା କରିବା ପାଇଁ ଚଷମା ପିନ୍ଧିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
କୋଲକାତାର ଏମପି ବିର୍ଲା ପ୍ଲାନେଟୋରିୟମ ଅନୁଯାୟୀ ଆଂଶିକ ସୂର୍ଯ୍ୟ ପରାଗ ଭାରତର ପଶ୍ଚିମ ଏବଂ ମଧ୍ୟ ଭାଗରେ ସୂର୍ଯ୍ୟଅସ୍ତର କିଛି ଘଣ୍ଟା ପୂର୍ବରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ପୋରବନ୍ଦର, ଗାନ୍ଧିନଗର, ମୁମ୍ବାଇ, ସିଲଭାସା, ସୁରଟ ଏବଂ ପାଣଜୀ ପରି ପଶ୍ଚିମ ସହରରେ ସୂର୍ଯ୍ୟ ପରାଗ ଏକ ଘଣ୍ଟାରୁ ଅଧିକ ସମୟ ଧରି ଦେଖିବା ପାଇଁ ମିଳିବ ।

ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ସର୍ବାଧିକ ଅବଧି ୧ ଘଣ୍ଟା ୪୫ ମିନିଟ୍ ହେବ ଏବଂ ଏହା ଗୁଜୁରାଟର ଦ୍ୱାରକାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ନୂଆଦିଲ୍ଲୀରେ ଅପରାହ୍ନ ୪:୨୯ ରୁ ଦୃଶ୍ୟମାନ ହେବ ଏବଂ ସନ୍ଧ୍ୟା ସୂର୍ଯ୍ୟାସ୍ତ ସମୟରେ ସର୍ବାଧିକ ୫:୩୦ ପର୍ଯ୍ୟନ୍ତ ଦେଖିବା ପାଇଁ ମିଳିବ ।
ସୂର୍ଯ୍ୟପରାଗ ଅକ୍ଟୋବର ୨୫
ସହର ଆରମ୍ଭ ସୂର୍ଯ୍ୟାସ୍ତ ଯାଏଁ ସୂର୍ଯ୍ୟପରାଗର ଅବଧି
ଭୁବନେଶ୍ୱର ୨:୨୮ ଅପରାହ୍ନ ୨ଘଣ୍ଟା ୦୧ ମିନିଟ୍
ଜୟପୁର ୪:୩୧ ଅପରାହ୍ନ ୧ ଘଣ୍ଟା ୧୮ ମିନିଟ୍
କୋଲକାତା ୪:୫୨ ଅପରାହ୍ନ ୧୧ ମିନିଟ୍
ଦିଲ୍ଲୀ ୪: ୨୯ ଅପରାହ୍ନ ୧ ଘଣ୍ଟା ୧୨ ମିନିଟ୍
ଚେନ୍ନାଇ ୫:୧୪ ଅପରାହ୍ନ ୩୦ ମିନିଟ୍
ମୁମ୍ବାଇ ୪:୪୯ ଅପରାହ୍ନ ୧ ଘଣ୍ଟା ୧୯ ମିନିଟ୍
ହାଇଦ୍ରାବାଦ ୪:୫୯ ଅପରାହ୍ନ ୪୯ ମିନିଟ୍
ନାଗପୁର ୪:୪୯ ଅପରାହ୍ନ ୫୨ ମିନିଟ୍
ତ୍ରିଭେନ୍ଦ୍ରମ୍ ୫:୨୯ ଅପରାହ୍ନ ୩୩ ମିନିଟ୍
ଦ୍ୱାରିକା ୪:୩୬ ଅପରାହ୍ନ ୧ ଘଣ୍ଟା ୪୫ମିନିଟ୍
ସିଲିଗୁଡ଼ି ୪:୪୧ ଅପରାହ୍ନ ୧୭ ମିନିଟ୍
ଏହି ସହର ଗୁଡିକରେ ଦୃଶ୍ୟମାନ ହେବ ନାହିଁ
ଏହା ପଶ୍ଚିମ ଏବଂ ମଧ୍ୟ ଭାରତରେ ଦୃଶ୍ୟମାନ ହେବ, ଚନ୍ଦ୍ରଗ୍ରହଣ ଭାରତର ଉତ୍ତର-ପୂର୍ବ ଭାଗ ଯଥା ଆଇଜେୱଲ୍, ଡିବ୍ରୁଗଡ, ଇମ୍ଫାଲ, ଇଟାନଗର, କୋହିମା, ସିଲଚର ଏବଂ ଆଣ୍ଡାମାନ - ନିକୋବର ଦ୍ୱୀପପୁଞ୍ଜରେ ଦେଖାଯିବ ନାହିଁ ।












Click it and Unblock the Notifications