ବିରଳ ସୂର୍ଯ୍ୟ ପରାଗ: ଏଇଠି ଦେଖନ୍ତୁ Live Stream
Solar Eclipse 2024: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଅର୍ଥାତ୍ ଏପ୍ରିଲ୍ ୮ ତାରିଖରେ ଲାଗିବା ପାଇଁ ଯାଉଛି । ୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 'ପୂର୍ଣ୍ଣ ସୂର୍ଯ୍ୟ ପରାଗ' ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଆଜି ଘଟୁଥିବା ସୂର୍ଯ୍ୟ ପରାଗକୁ ବେଶ୍ ସ୍ୱତନ୍ତ୍ର ବିବେଚନା କରାଯାଉଛି । ପଞ୍ଚାଙ୍ଗ ଅନୁଯାୟୀ, ଭାରତୀୟ ସମୟ ଅନୁଯାୟୀ,ସୂର୍ଯ୍ୟ ପରାଗ ଆଜି ରାତି ୯.୧୨ ମିନିଟରେ ଆରମ୍ଭ ହୋଇ ବିଳମ୍ବିତ ରାତିରେ ୨.୨୨ ମିନିଟରେ ଶେଷ ହେବ । ପରାଗର ସମୁଦାୟ ଅବଧି ୫.୧୦ ମିନିଟ୍ ।
ସେହିପରି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ମେକ୍ସିକୋ ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ଦୃଶ୍ୟମାନ ହେବ । ଏହି ପରାଗର ଦୃଶ୍ୟ ନାସା ୮ ଏପ୍ରିଲରେ GMT ଅପରାହ୍ନ ୫ଟା (10:30 IST) ରେ ଲାଇଭ୍ ଷ୍ଟ୍ରିମ୍ କରିବା ଆରମ୍ଭ କରିବ ।

ଲାଇଭ୍ ଷ୍ଟ୍ରିମରେ ସୂର୍ଯ୍ୟ ପରାଗ ଦୃଶ୍ୟ ଦେଖିବା ସହ ଆପଣ ମାନେ ବୈଜ୍ଞାନିକ ମାନଙ୍କ ସହ ଆଲୋଚନା ମଧ୍ୟ କରିପାରିବେ । ଉତ୍ତର ଆମେରିକାରେ ପୂର୍ଣ୍ଣ ସୂର୍ଯ୍ୟ ପରାଗର ଦୃଶ୍ୟ ଦେଖିବା ପାଇଁ ମିଳିବ । କୁହାଯାଉଛି ଯେ, ଏହି ସମୟ ମଧ୍ୟରେ ଉତ୍ତର ଆମେରିକାରେ ୭ ମିନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧକାର ରହିବ।
ପୂର୍ଣ୍ଣ ସୂର୍ଯ୍ୟ ପରାଗ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥାଏ, ସେତେବେଳେ ଚନ୍ଦ୍ରର ଛାୟା ପୃଥିବୀ ଉପରେ ପଡ଼ିଥାଏ, ଏପରି ସ୍ଥିତି କିଛି ସେକେଣ୍ଡରୁ ସର୍ବାଧିକ ୦୭ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ୨୦୨୪ ମସିହାରେ ବହୁ ବର୍ଷ ପରେ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମିଳିବ । ଏହି ସୂର୍ଯ୍ୟ ପରାଗ ଭାରତ ଏବଂ ଏହାର ପଡୋଶୀ ଦେଶ ପାକିସ୍ଥାନ, ଶ୍ରୀଲଙ୍କା ଏବଂ ନେପାଳରେ ଦୃଶ୍ୟମାନ ହେବ ନାହିଁ। ମୁଖ୍ୟତଃ ଆଟଲାଣ୍ଟିକ୍, ଆର୍କଟିକ୍, ମେକ୍ସିକୋ, ଉତ୍ତର ଆମେରିକା, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା ଏବଂ ଇଂଲଣ୍ଡର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦୃଶ୍ୟମାନ ହେବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications