ଏପ୍ରିଲ ୨୦ରେ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ପରାଗ, ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ
Solar Eclipse 2023:ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହାର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗ ସହିତ ଜଡିତ ଅନେକ ନିୟମ ରହିଛି ।
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବା ପାଇଁ ଯାଉଛି । ଏହି ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ସକାଳ ୭.୦୪ ରୁ ୧୨.୨୯ ପର୍ଯ୍ୟନ୍ତ ଲାଗିବା ପାଇଁ ଯାଉଛି ।

ସୂର୍ଯ୍ୟ ଗ୍ରହଣ ସମୟରେ ସୂର୍ଯ୍ୟଙ୍କ ଉପରେ ରାହୁଙ୍କ ପ୍ରଭାବ ପଡିଥାଏ ବା କୁହାଯାଏ ସୂର୍ଯ୍ୟଙ୍କୁ ଏହି ସମୟରେ ରାହୁ ଗ୍ରାସ କରିଥାନ୍ତି ବୋଲି । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗ ସହ ଜଡିତ ଅନେକ ନିୟମ ଅଛି । ଚାଲନ୍ତୁ ଜାଣିବା ଏହି ଦିନ କ'ଣ କରିବା ଉଚିତ ଓ କ'ଣ ନ କରିବା ଉଚିତ ।
- ସୂର୍ଯ୍ୟ ପରାଗ ସମୟରେ ଯଥାସମ୍ଭବ ଘରେ ରୁହନ୍ତୁ ଏବଂ ବାହାରକୁ ଯାଆନ୍ତୁ ନାହିଁ । ମାନ୍ୟତା ରହିଛି ଯେ ଏହି ସମୟରେ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏହାର ଖରାପ ପ୍ରଭାବ ଅନେକ ରାଶିର ବ୍ୟକ୍ତିଙ୍କ ଉପରେ ପଡିଥାଏ ।
- ଗର୍ଭବତୀ ମହିଳାମାନେ ସ୍ୱର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ଲାଗିବା ସମୟରେ ସେମାନେ ଶୋଇବା କି ଖାଇବା ଉତିତ୍ ନୁହେଁ ।
- ସୂର୍ଯ୍ୟ ପରାଗ ଲାଗିବା ସମୟରେ କିଛି ଖାଇବା କିମ୍ବା ପିଇବା ଉଚିତ୍ ନୁହେଁ । ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟ ରଖନ୍ତୁ ନାହିଁ । ସୂର୍ଯ୍ୟ ପରାଗ ଶେଷ ହେବା ପରେ ଘର ସଫା କରିବା ପରେ ହିଁ ଖାଦ୍ୟ ପ୍ରସ୍ତୁତ କରାଯିବା ଉଚିତ୍ ।
- ଯଦି ପୂର୍ବରୁ ରନ୍ଧା ଖାଦ୍ୟ ରଖିଛନ୍ତି, ତେବେ ଆପଣ ସେଥିରେ ତୁଳସୀ ପତ୍ର ପକାଇ ରଖିପାରିବେ । ବିଶ୍ୱାସ ରହିଛି ଯେ, ଏପରି କରିବା ଦ୍ୱାରା ଖାଦ୍ୟ କିମ୍ବା ଜଳ ଉପରେ ଖରାପ ପ୍ରଭାବ ପଡି ନଥାଏ । ସୂର୍ଯ୍ୟ ପରାଗ ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ।
- ସୂର୍ଯ୍ୟ ପରାଗ ସମୟରେ ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ବା ଘରର ମନ୍ଦିରକୁ ଘୋଡାଇ ରଖନ୍ତୁ । ଏହି ସମୟରେ ପୂଜା କରନ୍ତୁ ନାହିଁ ।

ସୂର୍ଯ୍ୟ ପରାଗ ସମୟ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ । ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ସୂର୍ଯ୍ୟପରାଗ ସମୟରେ ଏହି ସମସ୍ତ କାର୍ଯ୍ୟ କରିବା ଉଚିତ୍ ନୁହେଁ । ହେଲେ ଏହି ନିୟମ ଶିଶୁ, ବୃଦ୍ଧ, ରୋଗୀଙ୍କ ପାଇଁ ବୈଧ ନୁହେଁ ।
ହାଇବ୍ରିଡ୍ ସୂର୍ଯ୍ୟ ପରାଗ କ'ଣ
ଆଶିଂକ, ପୂର୍ଣ୍ଣ ଏବଂ କୁଣ୍ତଳାକାର ପାରଗକୁ ହାଇବ୍ରିଡ୍ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏପରି ପରାଗ ପ୍ରତି ଶହେ ବର୍ଷରେ ଥରେ ଦେଖିବା ପାଇଁ ମିଳିଥାଏ । ଏହି ସୂର୍ଯ୍ୟ ପରାଗ ଲାଗିବା ସମୟରେ ଚନ୍ଦ୍ର ପୃଥିବୀଠୁ ନା ଦୂରରେ ଥାଏ ନା ଅତି ନିକଟରେ ଥାଏ । ତେବେ ଏହି ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଏକ ରିଙ୍ଗ ପରି ଦେଖାଯାଆନ୍ତି । ଯେଉଁଥି ପାଇଁ ଏହାକୁ ରିଙ୍ଗ୍ ଅଫ ଫାୟାର ବୋଲି ମଧ୍ୟ କୁହାଯାଏ ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications