Get Updates
Get notified of breaking news, exclusive insights, and must-see stories!

Solar Eclipse Live : ଶେଷ ହେଲା ସୂର୍ଯ୍ୟ ପରାଗ

Solar Eclipse 2023 : ଆଜି ହୋଇଥିଲା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ୩ଟି ପରାଗ ଏକାଠି ଲାଗିଥିଲା । ଯାହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏହି ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ସକାଳ ୭.୦୪ରୁ ଆରମ୍ଭ ହୋଇ ଦିନ ୧୨ ଟା ୨୯ରେ ଶେଷ ହୋଇଛି । ଏହି ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିଥିଲା ।

ସୂର୍ଯ୍ୟ ପରାଗ ସମ୍ପର୍କିତ ଟିକିନିଖି ଖବର ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହିଥିବାରୁ ଧନ୍ୟବାଦ୍ ।

solar eclipse 2023

Apr 20, 2023, 2:16 pm IST

ସୂର୍ଯ୍ୟ ପରାଗ ସମ୍ପର୍କିତ ଟିକିନିଖି ଖବର ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହିଥିବାରୁ ଧନ୍ୟବାଦ୍ ।
Apr 20, 2023, 1:05 pm IST

ସୋଶାଲ ମିଡିଆରେ ସଭାଇରାଲ ହେଉଛି ସୂର୍ଯ୍ୟ କିରଣର ସୁନ୍ଦର ଦୃଶ୍ୟ ।
Apr 20, 2023, 1:00 pm IST

ଶେଷ ହେଲା ସୂର୍ଯ୍ୟ ପରାଗ ।
Apr 20, 2023, 12:19 pm IST

ଫିଲିପାଇନ୍ସର ଅନେକ ଅଞ୍ଚଳରୁ ସୂର୍ଯ୍ୟ ପରାଗ ଫଟୋ

ଫିଲିପାଇନ୍ସର ଅନେକ ଅଞ୍ଚଳରୁ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଛି । ଲୋକମାନେ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ଥିତି । ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ଶିଶୁ ଭାବରେ ସମ୍ବୋଧିତ କରିଥିଲେ।
Apr 20, 2023, 11:47 am IST

ବର୍ଷର ପ୍ରଥମ ଏବଂ ବିରଳ ସୂର୍ଯ୍ୟ ପରାଗ ଦେଖୁଛନ୍ତି ଲୋକ ।
Apr 20, 2023, 11:34 am IST

ଫିଲିପାଇନ୍ସରୁ ସୂର୍ଯ୍ୟ ପରାଗର ସୁନ୍ଦର ଫଟୋ ।
Apr 20, 2023, 11:33 am IST

ସୂର୍ଯ୍ୟପରାଗ ଦେଖି ଚକ୍କିତ ହେଲେ ଲୋକ । ଦେଖିବାକୁ ମିଳିଲା ଏମିତି ଦୃଶ୍ୟ
Apr 20, 2023, 10:51 am IST

ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବା ଉଚିତ୍ ନୁହଁ, କାରଣ ଏହି ସମୟରେ ଅନେକ କ୍ଷତିକାରକ କିରଣ ବାହାରିଥାଏ, ଯାହା ଆଖିକୁ କ୍ଷତି ପହଞ୍ଚାଏ ।
Apr 20, 2023, 10:50 am IST

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବୈଶାଖ ଅମାବାସ୍ୟାରେ ପଡ଼ିଛି । ଏହି ଦିନ ସୂର୍ଯ୍ୟ ଭଗବାନଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ।
Apr 20, 2023, 10:33 am IST

ସୂର୍ଯ୍ୟ ପରାଗର ବିରଳ ଭିଡିଓ ଭାଇରାଲ
Apr 20, 2023, 9:47 am IST

ସୂର୍ଯ୍ୟ ଗ୍ରହଣ 5 ଘଣ୍ଟା 24 ମିନିଟ୍ ପର୍ଯ୍ୟନ୍ତ ରହିବ । ମଧ୍ୟାହ୍ନ 12:29 ରେ ଶେଷ ହେବ ସୂର୍ଯ୍ୟ ପରାଗ ।
Apr 20, 2023, 9:31 am IST

ହରିଦ୍ୱାରରେ ଗଙ୍ଗାରେ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ

ବୈଶାଖ ଅମାବାସ୍ୟାରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଲୋକମାନେ ଏହି ବିଶେଷ ଦିନରେ ହରିଦ୍ୱାରରେ ଗଙ୍ଗାରେ ସ୍ନାନ କରୁଛନ୍ତି ।
Apr 20, 2023, 9:29 am IST

ଅଷ୍ଟ୍ରେଲିଆରୁ ସୂର୍ଯ୍ୟ ପରାଗର ଲାଇଭ୍ ଚିତ୍ର । ସୋଶାଲ ମିଡିଆ ୟୁଜର୍ସ ସେୟାର କଲେ ଫଟୋ ।
Apr 20, 2023, 8:42 am IST

ଫଟୋ ସେୟାର କଲା ନାସା

ଅଷ୍ଟ୍ରେଲିଆରେ ଦେଖାଯାଇଥିବା ସୂର୍ଯ୍ୟ ପରାଗ, ଫଟୋ ସେୟାର କଲା ନାସା ।
Apr 20, 2023, 8:23 am IST

କେମିତି ହୁଏ ସୂର୍ଯ୍ୟ ପରାଗ

ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ ଏବଂ ତିନୋଟି ଏକ ରେଖାରେ ରହନ୍ତି ସେତେବେଳେ ସୂର୍ଯ୍ୟ ପରାଗ ହୁଏ ।
Apr 20, 2023, 8:10 am IST

ଅଷ୍ଟ୍ରେଲିଆରେ ପ୍ରଥମେ ଦେଖାଗଲା ପରାଗ

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆରେ ପ୍ରଥମେ ଦେଖାଗଲା ।
Apr 20, 2023, 8:09 am IST

ସୂର୍ଯ୍ୟ ମେଷ ରାଶିରେ ଥିବାବେଳେ ଏହି ପରାଗ ଲାଗିଛି । ପ୍ରାୟ 19 ବର୍ଷ ପରେ ଏହି ସଂଯୋଗ ଆସିଛି ।
Apr 20, 2023, 7:55 am IST

ନାସାର ଟ୍ୱିଟ୍

ଆପଣ ପୃଥିବୀର କେଉଁ କୋଣରେ ଥାଆନ୍ତୁ ନା କାହିଁକି, ନାସାର ଏହି ଲିଙ୍କରେ ଦେଖିପାରିବେ ସୂର୍ଯ୍ୟ ପରାଗ ।
Apr 20, 2023, 7:32 am IST

ଗର୍ଭବତୀ ମହିଳାମାନେ ପରାଗ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ ନିଜ ଘର ଭିତରେ ରହିବା ଉଚିତ୍ ।
Apr 20, 2023, 7:31 am IST

ପରାଗ ପରେ ଏହା କରନ୍ତୁ

ସୂର୍ଯ୍ୟ ପରାଗ ପରେ ଗଙ୍ଗାଜଳରେ ସ୍ନାନ କରନ୍ତୁ । ପୁରା ଘର ଏବଂ ଦେବତା ଏବଂ ଦେବୀଙ୍କୁ ଶୁଦ୍ଧ କରନ୍ତୁ । କିନ୍ତୁ ତୁଳସୀ ଉଦ୍ଭିଦକୁ ସ୍ପର୍ଶ କରନ୍ତୁ ନାହିଁ ।
Apr 20, 2023, 7:30 am IST

ଏହା କରନ୍ତୁ ନାହିଁ

କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ କିମ୍ବା ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ ।
Apr 20, 2023, 7:15 am IST

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆରମ୍ଭ ହୋଇଛି, ଏହା ଭାରତରେ ଦୃଶ୍ୟମାନ ହେଉନାହିଁ ।
Apr 20, 2023, 7:00 am IST

ଆଜି ହେଉଛି ବୈଶାଖ ଅମାବାସ୍ୟା । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଗୁରୁବାର ସକାଳେ ଲାଗିବ । କିନ୍ତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ସେଥିପାଇଁ ଏହାର ସୁତକ ମାନ୍ୟ ହେବ ନାହିଁ ।
Apr 20, 2023, 6:56 am IST

ଆଜି ଲାଗିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
Apr 19, 2023, 8:09 pm IST

ଏପ୍ରିଲ୍ 20 ରେ ସୂର୍ଯ୍ୟପରାଗ ସକାଳ 07:05 ରେ ଆରମ୍ଭ ହୋଇ ମଧ୍ୟାହ୍ନ 12:29 ରେ ଶେଷ ହେବ । ପରାଗ ଅବଧି 05 ଘଣ୍ଟା 24 ମିନିଟ୍ ହେବ ।
Apr 19, 2023, 7:37 pm IST

ବୈଶାଖ ମାସ ଅମାବାସ୍ୟା ତିଥିରେ ଲାଗିବ ସୂର୍ଯ୍ୟପରାଗ । ଭାରତ ଉପରେ ନାହିଁ ଏହାର ପ୍ରଭାବ ।
Apr 19, 2023, 7:36 pm IST

ଗୁରୁବାର ଲାଗିବ ହାଇବ୍ରିଡ୍ ସୂର୍ଯ୍ୟ ପରାଗ
Apr 19, 2023, 6:42 pm IST

ଗର୍ଭବତୀ ମହିଳାମାନେ ରୁହନ୍ତୁ ସତର୍କ !

ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ । ଗର୍ଭବତୀ ମହିଳାମାନେ ଏହି ସମୟ ମଧ୍ୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ ।
Apr 19, 2023, 6:41 pm IST

ଗର୍ଭବତୀ ମହିଳାମାନେ ରୁହନ୍ତୁ ସତର୍କ !

ଗର୍ଭବତୀ ମହିଳାମାନେ ପରାଗ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ ନିଜ ଘର ଭିତରେ ରହିବା ଉଚିତ୍ ।
Apr 19, 2023, 6:39 pm IST

ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+