ଆଦିତ୍ୟଙ୍କୁ ହତ୍ୟା ହୋଇନାହିଁ ? ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁରେ ନୂଆ ମୋଡ । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା କ୍ରାଇମବ୍ରାଞ୍ଚ ।
News
oi-Biswajit Pattanaik
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ମାମଲାକୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ହାଇକୋର୍ଟରେ ଜବାବ ଦାଖଲ କରିଛି । ଆଦିତ୍ୟଙ୍କ ହତ୍ୟାର କୌଣସି ପ୍ରମାଣ ନଥିବା କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛି । କ୍ରାଇମବ୍ରାଞ୍ଚର ଏହି ସତ୍ୟପାଠ ପରେ ଏହି ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋର୍ ଧରିଛି । ଉକ୍ତ ମାମଲାରେ ତଦନ୍ତ ଅଧିକାରୀ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କରୋନା ଆକ୍ରନ୍ତ ହୋଇଥିବାରୁ କୋର୍ଟରେ ଅପଡେଟ୍ ରିପୋର୍ଟ ଦାଖଲ ହୋଇ ପାରିନଥିବା ଜଣାପଡିଛି । ଆସନ୍ତା 26ରେ ଏହି ମାମଲାର ପରବର୍ତ୍ତି ଶୁଣାଣୀ ହେବ ବୋଲି ସୂଚନା ମିଳିଛି ।
ପ୍ରକାଶଥାଉକି, ଚଳିତ ବର୍ଷ ଜୁଲାଇ 7 ତାରିଖରେ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ ଦେହ ମିଳିଥିଲା । ମୃତ ଦେହକୁ ପ୍ରଥମେ ରେଳବାୟୀ ଥାନା ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ଭାବରେ ରେଳବାୟୀ ଥାନା ପୁଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଆଦିତ୍ୟଙ୍କ ସାମାଜିକ ଅନୁଷ୍ଠାନ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲା । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଆଦିତ୍ୟଙ୍କ ପତ୍ନୀଙ୍କ ସମେତ ଅନେକ ଲୋକ ସାମ୍ନାକୁ ଆସିଥିଲେ । ପୁଲିସ ଘଟଣାର ତଦନ୍ତ ସଠିକ୍ ଭାବେ କରୁନଥିବା ଅଭିଯୋଗ ପରେ ରାଜ୍ୟ ସରକାର ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
English summary
Social Worker Aditya Das Death Case Crime Branch Filed Affidavit in High count