2025 ମହଙ୍ଗା ହେବ ସ୍ମାର୍ଟଫୋନ୍ !
Smartphones Price Hike: ସାରା ବିଶ୍ୱରେ ବୃଦ୍ଧି ପାଉଛି ସ୍ମାର୍ଟଫୋନ୍ ଚାହିଦା । ପ୍ରାୟ ପ୍ରତ୍ୟେକ ଦିନ ଅନେକ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍ ମାର୍କେଟରେ ଲଞ୍ଚ୍ କରୁଛନ୍ତି । ହେଲେ ମାର୍କଟରେ ବଢୁଥିବା ଚାହିଦାକୁ ନଜରରେ ରଖି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରେ ସ୍ମାର୍ଟଫୋନ୍ ଆହୁରି ମହଙ୍ଗା ହୋଇପାରେ । ଏହା ପଛରେ ତିନୋଟି ବଡ କାରଣ ରହିଛି। ଯେପରି ଧିରେ ଧିରେ AI ର ବ୍ୟବହାର ବଢୁଛି । ବଡ ଟେକ୍ କମ୍ପାନୀଗୁଡିକ AI ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ହିଁ ଫୋନର ମୂଲ୍ୟ ବୃଦ୍ଧି ପାଇବାର ମୁଖ୍ୟ କାରଣ ହୋଇପାରେ ।
2025 ମସିହାରେ ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି ପଛରେ ତିନୋଟି କାରଣ ରହିଛି । ପ୍ରଥମତଃ ଭଲ ଉପାଦାନଗୁଡ଼ିକର ମୂଲ୍ୟ ବୃଦ୍ଧି, ଦ୍ୱିତୀୟରେ, 5G ନେଟୱାର୍କର ଆଗମନ ହେତୁ ଖର୍ଚ୍ଚରେ ବୃଦ୍ଧି ଏବଂ ତୃତୀୟରେ, AI'ର ବ୍ୟବହାର ବୃଦ୍ଧି । କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ ସ୍ମାର୍ଟଫୋନର ହାରାହାରି ମୂଲ୍ୟ 2024 ରେ 3% ଏବଂ 2025 ରେ 5% ବୃଦ୍ଧି ହୋଇପାରେ। ଏହାର କାରଣ ହେଉଛି ଲୋକମାନେ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ପ୍ରୋସେସର୍ ଏବଂ ଏଇ ସହିତ ମହଙ୍ଗା ଫୋନ୍ କିଣିବାରେ ଅଧିକ ରୁଚି ରଖୁଛନ୍ତି ।

ଜେନେରେଟିଭ୍ AI ହେତୁ ସ୍ମାର୍ଟଫୋନ୍ ମହଙ୍ଗା ହେଉଛି । ଆଜି ତାରିଖରେ ଲୋକେ ଏଧିକ AI"ଫିଚରକୁ ପସନ୍ଦ କରନ୍ତି ।
ତେଣୁ, ସ୍ମାର୍ଟଫୋନ୍ ଉତ୍ପାଦନକାରୀ କମ୍ପାନୀଗୁଡିକ ଅଧିକ ଶକ୍ତିଶାଳୀ CPU, NPU ଏବଂ GPU ସହିତ ଚିପ୍ସ ପ୍ରସ୍ତୁତ କରୁଛନ୍ତି ।ଏହି ଚିପ୍ସର ମୂଲ୍ୟ ସାଧାରଣତଃ ବହୁତ ଅଧିକ ରହିଛି । ଯେଉଁଥିପାଇଁ ଫୋନର ମୂଲ୍ୟ ମଧ୍ୟ ବଢିବାର ଆଶଙ୍କା ରହିଛି ।
ଟେକ୍ନୋଲୋଜି ଅଗ୍ରଗତି କରୁଥିବାରୁ ସ୍ମାର୍ଟଫୋନକୁ ମଧ୍ୟ ଅପଗ୍ରେଡ୍ କରାଯାଉଛି ।ଏଭଳି ପରିସ୍ଥିତିରେ ମୂଲ୍ୟ ବୃଦ୍ଧି ସହିତ ଭଲ ଫୋନ୍ ମଧ୍ୟ ବଜାରକୁ ଆସୁଛି। ଏଥିରେ ଏକ ଉତ୍ତମ କ୍ୟାମେରା ଏବଂ ଅଧିକ ଫିଚର୍ ରହୁଛି । ତେବେ ଆଗାମୀ ଦିନରେ ଭଲ ଫୋନ ସାଙ୍ଗକୁ ଉଚ ଦରରେ ସ୍ମାର୍ଟଫୋନ୍ ମାର୍କେଟକୁ ଆସିବାର ସମ୍ଭାବନା ରହିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications