ସିମ୍ କାର୍ଡକୁ ନେଇ ଆସିବ ନୂଆ ନିୟମ: ୧ ଜୁଲାଇରୁ ହେବ ଲାଗୁ
Sim Card Rule Change: ୧ ଜୁଲାଇ ୨୦୨୪ରୁ ଭାରତରେ ସିମ୍ କାର୍ଡ ନେବାର ନୂଆ ନିୟମ ଲାଗୁ ହେବା ପାଇଁ ଯାଉଛି । ଯାହା ବ୍ୟବହାରକାରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଟେଲିକମ୍ ଅଧିକାରୀ (TRAI)ଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ସିମ୍ କାର୍ଡ ସୁରକ୍ଷାକୁ ଆହୁରି ମଜବୁତ ହୋଇପାରିବ । ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଯଦି ଜଣେ ଉପଭୋକ୍ତାଙ୍କର ସିମ୍ କାର୍ଡ ଚୋରି କିମ୍ବା ହଜିଯାଏ, ତେବେ ତାଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ପାଇଁ କିଛି ସମୟ ଲାଗିପାରେ ।
ଏହାପୂର୍ବରୁ, ଯଦି ଜଣେ ଉପଭୋକ୍ତାଙ୍କ ସିମ୍ କାର୍ଡ ହଜିଯାଉଥିଲା ତେବେ ତୁରନ୍ତ ତାଙ୍କ ନମ୍ବରକୁ ଆଉ ଏକ ସିମ୍ କାର୍ଡକୁ ସ୍ଥାନାନ୍ତର କରାଯାଇ ପାରୁଥିଲା । ହେଲେ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଉପଭୋକ୍ତାଙ୍କୁ 7 ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏହାର ଉଦ୍ଦେଶ୍ୟ ହେଉଛି ସିମ୍ କାର୍ଡ ଅଦଳବଦଳ ସ୍କାମରେ ବା IM Card swapping fraud ରୋକିବା ଏବଂ ସୁରକ୍ଷାକୁ କଡ଼ାକଡି କରିବା ।

ଏହା ବ୍ୟତୀତ ଟେଲିକମ୍ ଇଣ୍ଡଷ୍ଟ୍ରିରେ ସିମ୍ କାର୍ଡ ଅଦଳବଦଳ ସ୍କାମ ରୋକିବା ପାଇଁ ଏହି ନିୟମ ମଧ୍ୟ ଆବଶ୍ୟକ । ଅନେକ କ୍ଷେତ୍ରରେ, ଲୋକଙ୍କ ସିମ୍ କାର୍ଡ ଚୋରି ହେବା ପରେ, ସେମାନଙ୍କ ନମ୍ବର ବିନା ଅନୁମତିରେ ଅନ୍ୟ ଏକ ସିମ୍ କାର୍ଡରେ ଅତି ସହଜରେ ଆକ୍ଟିଭ୍ ହୋଇଯାଏ ।
ଯାହା ଉକ୍ତଙ୍କ ସହ ସ୍କାମ୍ ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ନିଜ ସୁରକ୍ଷା ପାଇଁ ଗ୍ରାହକଙ୍କୁ ନୂଆ ସିମ୍ ପାଇଁ ଅପେକ୍ଷା କରିବା ପାଇଁ ପଡିବ । ସିମ୍ କାର୍ଡ ହଜିବାର 7 ଦିନ ପରେ ନୂଆ ସିମ୍ କାର୍ଡ ନେଇ ପାରିବେ । ସିମ୍ କାର୍ଡ ସୁରକ୍ଷାକୁ ମଜବୁତ କରିବା ସହିତ ଏହି ନୂତନ ନିୟମ ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧିରେ ମଧ୍ୟ ସହାୟକ ହେବ ।












Click it and Unblock the Notifications