ସତର୍କ କଲେ ମୁଖ୍ୟମନ୍ତ୍ରୀ : ଡିସେମ୍ବରରେ 2ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା
ଓଡିଶାରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ । ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଓଡିଶାରେ ହୋଇପାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଶୀତର ଲହରୀରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ଏବେଠାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପଡିବ ବୋଲି ସପ୍ତାହିକ କରୋନା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରକାଶ କରିଛନ୍ତି । ସେହିପରି ଦୀପାବଳି ପାଇଁ ରାଜ୍ୟରେ ଲାଗିଥିବା କଟକଣାକୁ ତଦାରଖ କରିବା ପାଇଁ ପର୍ଯ୍ଯବେକ୍ଷକମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।













Click it and Unblock the Notifications