For Quick Alerts
Turn On Notification  
For Daily Alerts
Oneindia App Download

ସ୍କୁଲ ଖୋଲିବ ଆରବର୍ଷ ! ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ

ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ

|

ଭୁବନେଶ୍ୱର: ଡିସେମ୍ବର 31 ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ଏହି ସମୟରେ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ । ଏହାସହ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଅନଲାଇନ୍ କ୍ଲାସ ପାଇଁ ସ୍କୁଲକୁ ଡକାଯାଇପାରେ । ଡିସେମ୍ବରରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆସିପାରେ ବୋଲି ପୂର୍ବରୁ ରାଜ୍ୟ ସରକାର ଆଶଙ୍କା କରିଛନ୍ତି । ଇଉରୋପୀୟ ଦେଶମାନଙ୍କରେ କୋଭିଡ୍ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଆସି ସାରିଛି ।

ଓଡିଶା ସ୍କୁଲ

ଡିସେମ୍ବରରେ ଶୀତର ପ୍ରକୋପ ବଢିଲେ କୋଭିଡ୍ ମହାମାରୀ ଅଧିକ ବ୍ୟାପିପାରେ ବୋଲି କୁହାଯାଉଛି । ଅପରପକ୍ଷରେ ଆନ୍ଧ୍ରପ୍ରଦଶରେ କୋଭିଡ୍ ସ୍ଥିତି ସୁଧୁରିବା ବେଳକୁ ସ୍କୁଲ ଖୋଲାଯାଇଥିଲା । ହେଲେ ପରବର୍ତ୍ତି ସମୟପେ ଛାତ୍ରଛାତ୍ରୀ ଓ ଶିକ୍ଷକ କୋଭିଡରେ ସଂକ୍ରମଣ ହୋଇଥିଲେ । ଫଳରେ ହଠାତ୍ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବଢିଯାଇଥିଲା । ରାଜ୍ୟ ସରକାର ଏହି ସମସ୍ତ ବିଷୟ ପ୍ରତି ଅନୁଧ୍ୟାନ କରିବା ପରେ ସ୍କୁଲ୍ ବନ୍ଦ ନେଇ ନିଷ୍ପତ୍ତି ନେଇଥିବା କୁହାଯାଉଛି । 2021ରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
School Remain Closed Till December 31 in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X