Get Updates
Get notified of breaking news, exclusive insights, and must-see stories!

ସ୍କୁଲରେ ଚିତାବାଘ ! ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା

Uttarakhand: ସ୍କୁଲରେ ଚିତାବାଘ ! ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା

ଡେରାଡୁନ: ଉତ୍ତରାଖଣ୍ଡର ପାଉରି ଜିଲ୍ଲାରେ ଚିତାବାଘ ଆତଙ୍କ । ପ୍ରାଥମିକ ସ୍କୁଲରେ ଚିତା ଭୟରେ ସ୍କୁଲରେ ପଡିଲା ତାଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା । ପାଉରିର ଲାନ୍ସଡାଉନି ଟାଉନରେ ଥିବା ଏକ ପ୍ରାକ୍-ପ୍ରାଥମିକ ସ୍କୁଲ ନିକଟରେ ଗତ କିଛି ଦିନ ହେବ ଏକ ମା'ଚିତା ନିଜ ଶାବକଙ୍କ ସହ ବୁଲୁଥିବାର ଦେଖିବା ପାଇଁ ମିଳିଛି । ସୂଚନା ଏହା ମଧ୍ୟ ରହିଛି ଯେ ଚିତା ଅନେକ ସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ ମଧ୍ୟ କରିସାରିଲାଣି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବା ପାଇଁ ମିଳିଛି ।

 Leopard

ତେବେ ସେହି ଅଞ୍ଚଳର ସ୍କୁଲର ୮୫ ଜଣ ଛୋଟ ପିଲା ପାଠ ପଢୁଛନ୍ତି । ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି କିଛି ଦିନ ପାଇଁ ସ୍କୁଲ ବନ୍ଦ କରଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ଗତ ୧୭ ତାରିଖରୁ ସ୍କୁଲ ବନ୍ଦ ରହିଛି । ଜଙ୍ଗଲ ବିଭାଗ ଦ୍ବାରା ଏହି ଚିତା ବିପଦର ସମାଧାନ ହେବା ପରେ ହିଁ ସ୍କୁଲ ଖୋଲାଯିବା ବୋଲି ମଧ୍ୟ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ଚିତାବାଘ ଆକ୍ରମଣରେ ସେନା ଯବାନ ଓ ଜଣେ ସ୍କୁଲ ଶିକ୍ଷକଙ୍କ ଆହତ ହୋଇଛନ୍ତି । ଜଙ୍ଗଲ ବିଭାଗ ଅଧିକାରୀମାନେ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ କ୍ୟାମେରା ଲଗାଇ ଚିତାର ସନ୍ଧାନ ଜାରି ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+