ଗୁମର ଖୋଲିଲେ ରବିନ୍ଦ୍ର ସେଠୀ : ସାରୁଅ ଜମି ଦୁର୍ନୀତି ନେଇ ଦେଲେ ବିସ୍ଫୋରକ ବୟାନ
ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବରେ ସାରୁଅ ଜମି କିଣିଥିବା ରବିନ୍ଦ୍ର ଜାରି କରିଥିବା ଭିଡିଓରେ କହିଛନ୍ତି ।
ଭୁବନେଶ୍ୱର : ଖୋର୍ଧା ସାରୁଅ ଜମି ଦୁର୍ନୀତି ନେଇ ଆଜି ମୁହଁ ଖୋଲିଛନ୍ତି ଡ୍ରାଇଭର ରବିନ୍ଦ୍ର ସେଠୀ । ମୁହଁ ଖୋଲି ସେ ଯେଉଁ ବୟାନ ଦେଇଛନ୍ତି ତାହା ବିସ୍ଫୋରକ ପରିସ୍ଥିତି ଯେ ଆଗାମୀ ଦିନରେ ସୃଷ୍ଟି କରିବ ତାହା ଆକଳନ କରାଯାଉଛି । ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବରେ ସାରୁଅ ଜମି କିଣିଥିବା ରବିନ୍ଦ୍ର ଜାରି କରିଥିବା ଭିଡିଓରେ କହିଛନ୍ତି । ରବି ସେଠୀ ନାଁରେ ଜମି କିଣିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କହିବା ସମୟରେ ସେ ମନା କରିଥିଲେ ହେଲେ କର୍ତ୍ତୃପକ୍ଷ ତାଙ୍କ ଚାକିରି ଛଡେଇ ନେବାର ଧମକ ଦେଇ ଜମି କିଣିଛନ୍ତି ବୋଲି କହିଛନ୍ତି ।













Click it and Unblock the Notifications