ହୋଲିରେ ନାଚୁ ନାଚୁ ଟଳିପଡିଲେ ସରପଞ୍ଚ

Holi 2025: ସାରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଉଛି ହୋଲି ପର୍ବ । ହେଲେ ଏହି ଉତ୍ସାହର ମାହୋଲ ମଧ୍ୟରେ ଏକ ଦୁଃଖଦ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ରାଜସ୍ଥାନର ରାଜସମନ୍ଦର ଚାରଭୁଜାର କସର ଗାଁରେ ହୋଲି ଅବସରରେ ଆୟୋଜିତ ଆଦିବାସୀ ଗେର ନୃତ୍ୟ ସମୟରେ ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ସରପଞ୍ଚ ବିକାଶ ଦବେଙ୍କ ଏପରି ଆକସ୍ମିକ ମୃତ୍ୟୁରେ ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି ।

ବିକାଶ ଦବେଙ୍କ ପରିବାର ସଦସ୍ୟ ବିଜୟ ଶର୍ମା କହିଛନ୍ତି ଯେ ସରପଞ୍ଚ ବିକାଶ ଦାବେଙ୍କ ମୃତ୍ୟୁ ଗୁରୁବାର ରାତି ପ୍ରାୟ ୧୨.୩୦ ସମୟରେ ଘଟିଛି । ନାଚୁଥିବା ସମୟରେ ସରପଞ୍ଚ ଜଣକ ହଠାତ୍ ତଳେ ପଡି ଯାଇଥିଲେ । ହେଲେ ସେ ପୂର୍ବରୁ ପୁରା ସୁସ୍ଥ ଥିଲେ । ହୋଲିରେ ଗେର ନୃତ୍ୟର ଦୁଇଟି ରାଉଣ୍ଡ ସେ ସହଜରେ ସମାପ୍ତ କରିଥିଲେ। ହେଲେ ତୃତୀୟ ରାଉଣ୍ଡ ଆରମ୍ଭ ହେବା ମାତ୍ରେ ସେ ହଠାତ୍ ତଳେ ପଡ଼ି ଯାଇଥିଲେ ଏବଂ ଚେତାଶୂନ୍ୟ ହୋଇପଡିଥିଲେ ।

Holi 2025

ଗାଁ ଲୋକେ ତାଙ୍କୁ ତୁରନ୍ତ ପାଣି ଦେଇଥିଲେ ଏପରିକି CPR ମଧ୍ୟ ଦିଆଯାଇଥିଲା ହେଲେ କୌଣସି ଫରକ ଦେଖିବା ପାଇଁ ମିଳି ନଥିଲା । ତାଙ୍କୁ ପ୍ରଥମେ ଚାରଭୁଜା ହସ୍ପିଟାଲ ଏବଂ ପରେ ରାଜସମନ୍ଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିକାଶ ଦାଭେ ଲଗାତାର ୧୦ ବର୍ଷ ଧରି ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ପରିବାରରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+