Get Updates
Get notified of breaking news, exclusive insights, and must-see stories!

Saraswati Puja 2024: ସରସ୍ୱତୀ ପୂଜାରେ କରନ୍ତୁନି ଏହି ଭୁଲ୍‌, ନହେଲେ ...

ଆଉ ତିନି ଦିନ ପରେ ସରସ୍ବତୀ ପୂଜା । ଜାନୁଆରୀ ୧୪ ତାରିଖରେ ଆସିବେ ବୀଣାପାଣି । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସରସ୍ଵତୀ ପୂଜା ପାଳନ ହୁଏ । ଚଳିତ ବର୍ଷ ମଧ୍ୟ ଅତି ଧୁମଧାମ୍‌ରେ ସରସ୍ବତୀ ପୂଜା ପାଳନ ହେବ ।

ତେବେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାରେ କେତେକ ନିୟମ ମାନିବାକୁ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ସରସ୍ୱତୀ ପୂଜାରେ ଏଭଳି କିଛି ଛୋଟ ଭୁଲ୍‌ ଯୋଗୁଁ ଲୋକଙ୍କୁ ସାରା ଜୀବନ ପସ୍ତେଇବାକୁ ପଡ଼ିଥାଏ । ଜାଣନ୍ତୁ ବସନ୍ତ ପଞ୍ଚମୀରେ କଣ କରିବା ଦରକାର କଣ କରିବା କଥା ନୁହେଁ ।

ବସନ୍ତର ଆଗମନ ପରେ ବସନ୍ତ ପଞ୍ଚମୀ ପାଳନ ହୁଏ । ଜ୍ଞାନ, କଳା ଓ ସଙ୍ଗୀତର ଦେବୀ ହେଉଛନ୍ତି ମା ସରସ୍ୱତୀ । ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମ ଦିନରେ ମା ସରସ୍ୱତୀଙ୍କ ଆରାଧନା କରାଯାଇଥାଏ । ତେବେ ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଏହି ତିଥି ଭିନ୍ନ ମଧ୍ୟ ହୋଇପାରେ । ଏଣୁ କେତେକ ସ୍ଥାନରେ ଏହାକୁ ତିଥି ପରଦିନ ମଧ୍ୟ ପାଳନ ହୋଇପାରେ ।

Saraswati Puja

ଏହି ପୂଜା ପାଇଁ ଲୋକଙ୍କ ମଧ୍ୟରେ ଏକ ଆବେଗ ଦେଖିବାକୁ ମିଳିଥାଏ । ସାରା ଦେଶରେ ସରସ୍ବତୀ ପୂଜା ପାଳିତ ହୋଇ ଆସୁଛି । କଲେକ ସ୍କୁଲ ସହ ଅନେକ ପୂଜା କମିଟି ମଧ୍ୟ ସରସ୍ବତୀ ପୂଜା ଆୟୋଜନ କରନ୍ତି । ଏହାକୁ ନେଇ ଅନେକ ଅବଗତ ନଥାନ୍ତି ।

ବସନ୍ତ ପଞ୍ଚମୀରେ ମାଆ ସରସ୍ୱତୀଙ୍କୁ ମୋଦକ ଲଡ଼ୁ ଓ ହଳଦିଆ ଖେଚୁଡ଼ିରେ ଭୋଗ ଲଗାଇବା ବିଧି ରହିଛି । ସେହିଭଳି ମାଆଙ୍କ ଆରାଧନା ସମୟରେ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରିବା ଆବଶ୍ୟକ । କାରଣ ହଳଦିଆ ରଙ୍ଗ ମାଆଙ୍କୁ ପସନ୍ଦ । ସେହିଭଳି କେତେକ ସ୍ଥାନରେ ସରସ୍ୱତୀ ପୂଜାରେ ଗୁଡ଼ି ଉଡ଼ାଇବା ପରମ୍ପରା ବି ରହିଛି ।

ବସନ୍ତ ଆଗମନର ପ୍ରତୀକ ହେଉଛି ବସନ୍ତ ପଞ୍ଚମୀ । ଏହାକୁ ମା' ସରସ୍ୱତୀଙ୍କ ଜନ୍ମଦିନ ବି କୁହାଯାଏ । ଜ୍ଞାନ ଆହରଣ ପାଇଁ ମାଆଙ୍କ ଆରାଧନା କରାଯାଏ । ଏହି ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+