Get Updates
Get notified of breaking news, exclusive insights, and must-see stories!

Republic Day 2024: ୭୪ ନାଁ ୭୫, ଚଳିତ ବର୍ଷ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ ?

ଆଉ ଦୁଇ ଦିନ ପରେ ଦେଶରେ ପାଳିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ତେବେ ଆପଣ ଜାଣନ୍ତି କି, ଆମ ଦେଶ କେତେ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏଭଳି ପରିସ୍ଥିତିରେ, ଆପଣ ମଧ୍ୟ ଜାଣି ରଖନ୍ତୁ ଯେ ଚଳିତ ବର୍ଷ ଦେଶରେ ୭୪ ତମ ନାଁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି ?

ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ କୋଟି କୋଟି ଭାରତୀୟ ସାଧାରଣତନ୍ତ୍ର ଦିବସ ପାଳନ କରିଥାନ୍ତି । ହେଲେ ଏଥର ଦେଶରେ ୭୪ ତମ ନାଁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବ ତାହାକୁ ନେଇ ଅନେକ ଦେଶବାସୀଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ରହିଛି ।

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

Republic Day 2024:

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ଵାଧୀନ ହୋଇଥିଲା ଭାରତ । ହେଲେ ଦେଶ ସ୍ଵାଧୀନ ହେବାର ପ୍ରାୟ ୩ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପରେ ପରିଣତ ହୋଇଥିଲା । କାରଣ ସେହି ବର୍ଷ ସ୍ୱାଧୀନତ୍ତୋର ଭାରତ ବର୍ଷର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଆଉ ସେବେଠାରୁ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଜାତୀୟ ଉତ୍ସବ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଆସୁଛି ।

ଭାରତ ବର୍ଷର ଦେଶର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଲାଗୁ ହୋଇଥିଲା। ଏହା ପୂର୍ବରୁ ଦେଶରେ ନା କୌଣସି ସମ୍ବିଧାନ ଥିଲା ନାଁ ରାଷ୍ଟ୍ରପତି ଥିଲେ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ୧୯୪୭, ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ୧୯୫୦, ୨୬ ଜାନୁଆରୀରେ ରାଷ୍ଟ୍ରପତି ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ରୂପରେ ପରିଣତ ହୋଇଥିଲା । ଆଉ ୧୯୫୧ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବାକୁ ଗୋଟିଏ ବର୍ଷ ପୂରଣ ହୋଇଥିଲା। ପ୍ରଥମେ ୧୯୫୦ ମସିହାରେ ଦେଶରେ ପାଳିତ ହୋଇଥିଲା ପ୍ରଥମ ସାଧାରଣତନ୍ତ୍ର ଦିବସ। ଏହା ପରେ ୧୯୫୧ ମସିହାରେ ଦେଶରେ ପାଳିତ ହୋଇଥିଲା ଦ୍ୱିତୀୟ ସାଧାରଣତନ୍ତ୍ର ଦିବସ। ସେହିଭଳି ୧୯୫୯ ମସିହାରେ ଦଶମ, ୧୯୬୯ ମସିହାରେ ୨୦ ତମ, ୧୯୯୯ ମସିହାରେ ୫୦ ତମ, ୨୦୨୨ ମସିହାରେ ୭୩ ତମ ସାଧଣତନ୍ତ୍ର ଦିବସ ଦେଶରେ ପାଳନ କରାଯାଇଥିଲା। ୨୦୨୩ ମସିହାରେ ୭୪ ତମ ସାଧଣତନ୍ତ୍ର ଦିବସ ଦେଶରେ ପାଳନ କରାଯାଇଥିଲା । ସେହିପରି ଚଳିତ ବର୍ଷ ଦେଶରେ ୭୫ ତମ ସାଧାଣତନ୍ତ୍ର ଦିବସ ପାଳନ ହେବ।

ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+