ଡାକ୍ତରଖାନାରେ ଭର୍ତ୍ତି ହେଲେ ରତନ ଟାଟା, ଜାଣନ୍ତୁ କିପରି ଅଛି ସ୍ୱାସ୍ଥ୍ୟ
Ratan Tata: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ରଏଟର୍ସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟାଟା ଗ୍ରୁପ୍ ଏନେଇ କୌଣସି ସୂଚନା ଜାରି କରାଯାଇ ନାହିଁ ।

ହେଲେ ନିକଟରେ ଏପରି ଏକ ଖବର ପ୍ରଚାର ହୋଇଥିଲା ହେଲେ ଏହା କେବଳ ଏକ ଗୁଜବ ଥିଲା । ଏନେଇ ନିଜେ ରତନ ଟାଟା ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ମୋର ସ୍ୱାସ୍ଥ୍ୟ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ ମୁଁ ଜାଣିଛି ଏବଂ ଏହି ଦାବିଗୁଡିକ ଭିତ୍ତିହୀନ ବୋଲି ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି।
ମୋର ବୟସ ଏବଂ ଆନୁସଙ୍ଗିକ ଚିକିତ୍ସା ଅବସ୍ଥା ହେତୁ ମୁଁ କେବଳ ରୁଟିନ୍ ଚେକଅପ୍ କରାଉଛି । ପୂର୍ବତନ ଅଧ୍ୟକ୍ଷ ଥିବା ରତନ ଟାଟାଙ୍କୁ ଭାରତର ସମ୍ମାନିତ ଶିଳ୍ପପତିମାନଙ୍କ ମଧ୍ୟରେ ନାମିତ କରାଯାଇଛି। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କଲା । ତାଙ୍କୁ 2000 ରେ ପଦ୍ମ ଭୂଷଣ ଏବଂ 2008 ରେ ପଦ୍ମବିଭୂଷଣ, ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ସେ ଡିଗ୍ରୀ ହାସଲ କରିବା ପରେ 1991 ରେ JRD ଟାଟାଙ୍କ ପରେ ଟାଟା ସନ୍ସର ଚେୟାରମ୍ୟାନ୍ ହୋଇଥିଲେ।












Click it and Unblock the Notifications