ପଞ୍ଚମ ଦିନରେ ସାରୁଅ ଠିକା କର୍ମଚାରୀଙ୍କ ଧାରଣା: ଟୁଇଟ୍ କରି ବର୍ଷିଲେ ସସ୍ମିତ
ଓଡିଶା ଇନଫ୍ରାଟେକର ସାରୁଅ ଜମି ବିବାଦ ନେଇ ଓଟିଭି ଷ୍ଟୁଡିଓ ସାମ୍ନାରେ ଠିକା କର୍ମାଚାରୀଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ସାରୁଅ ଜମି ଜାଲିଆତି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର
ଖୋର୍ଧା: ଓଡିଶା ଇନଫ୍ରାଟେକର ସାରୁଅ ଜମି ବିବାଦ ନେଇ ଓଟିଭି ଷ୍ଟୁଡିଓ ସାମ୍ନାରେ ଠିକା କର୍ମାଚାରୀଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ପାଞ୍ଚ ଦଫା ଦାବି ନେଇ ଠିକା କର୍ମଚାରୀମାନେ ସେଠାରେ ଆଜିକୁ ପାଞ୍ଚ ଦିନ ହେବ ଧାରଣାରେ ବସିଛନ୍ତି । ତେବେ କମ୍ପାନୀ କର୍ମଚାରୀମାନେ ସେମାନଙ୍କ ଦାବି ନେଇ ଏଜାବତ୍ ଆଲୋଚନା କରିନଥିବା ଅଭିଯୋଗ ହୋଇଛି । ସେହିପରି ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଛି ରାଷ୍ଟ୍ରିୟ ଦଳିତ ମହାସଭା । ଠିକା ଶ୍ରମିକମାନଙ୍କର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମହାସଭା ଦାବି କରିଛି । ଜମି ଓ ପ୍ରାପ୍ୟ ତୁରନ୍ତ ନମିଳିଲେ ମହାସଭା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନି ଦେଇଛି ।

ଅପରପକ୍ଷରେ ସାରୁଅ ଜମି ଜାଲିଆତି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜେପି ରାଷ୍ଟ୍ରିୟ ଉପାଦକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ଟ୍ୱିଟ କରି ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, ଓଡିଶା ଲ୍ୟାଣ୍ଡ ରାଇଟ୍ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବ ନାହିଁ । ଆଇନ ଆଖିରେ ଧୂଳି ଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ । ଜମି କିଣିବା ପାଇଁ ବୈଜୟନ୍ତ ତାଙ୍କ ଡ୍ରାଇଭରକୁ ମୋହରା କରିଛନ୍ତି । ଜମି କିଣି ବୈଜୟନ୍ତ ଓଡିଶା ଇନଫ୍ରାଟେକ୍ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ବୋଲି ସସ୍ମିତ କହିଛନ୍ତି । ଦଳିତଙ୍କ ଉପରେ ଅତ୍ୟାଚାର କରି ବୈଜୟନ୍ତ ଜଘନ୍ୟ ଅପରାଧ କରିଛନ୍ତି ବୋଲି ପିଏମଓ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟୁଇଟ୍ କରିଛନ୍ତି ସସ୍ମିତ । ସୂଚନାଥାଉକି, ସାରୁ ଜମି ଜାଲିଆତି ନେଇ ଓଡିଶା ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ କରି ଏହି ମାମଲାରେ ଓଡିଶା ଇନଫ୍ରାଟେକର ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications