ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର, ଏହିସବୁ ଲକ୍ଷଣ ଦେଖାଗଲେ ରୁହନ୍ତୁ ସାବଧାନ...
Prostate Cancer: ପ୍ରୋଷ୍ଟେଟ କ୍ୟାନ୍ସର ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହା ଏବେ ଗୋଟିଏ ଗମ୍ଭୀର ସମସ୍ୟା ଭାବରେ ଦେଖାଯାଉଛି । ଯାହାଦ୍ୱାରା ପ୍ରତ୍ୟେକ ବର୍ଷ ହଜାର ହଜାର ପୁରୁଷ ପ୍ରଭାବିତ ହେଉଛନ୍ତି ।
ତେବେ ବୟସ ବଢିଲେ ଏହି କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନଙ୍କ ମତରେ ପ୍ରାୟ 60 ପ୍ରତିଶତ ମାମଲା 65 ବର୍ଷରୁ ଅଧିକ ପୁରୁଷଙ୍କଠାରେ ହୋଇଥାଏ । ଏଥି ସହିତ WHO ରିପୋର୍ଟ ଅନୁଯାୟୀ, 2020 ମସିହାରେ କେବଳ ପ୍ରୋଷ୍ଟେଟ କ୍ୟାନ୍ସର କାରଣରୁ 10 ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଜାଣନ୍ତୁ ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ କଣ ଏବଂ କେଉଁ ଲୋକମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ ।

ପ୍ରୋଷ୍ଟେଟ କ୍ୟାନ୍ସର କଣ ?
ପ୍ରୋଷ୍ଟେଟ କ୍ୟାନ୍ସର ପୁରୁଷ ମାନଙ୍କ ନିକଟରେ ମିଳୁଥିବା ପ୍ରୋଷ୍ଟେଟ ନାମକ ଗ୍ଲାଣ୍ଡ ଯୋଗୁଁ ହୋଇଥାଏ । ଏହି ଛୋଟ ଗ୍ରନ୍ଥୀ ବୀର୍ଯ୍ୟ ପ୍ରସ୍ତୁତ କାଟିବାରେ ସାହାଯ୍ୟ କରିଥାଏ । ସାଧାରଣ ଭାବରେ ପ୍ରୋଷ୍ଟେଟ କ୍ୟାନ୍ସର ସେତେବେଳେ ହୋଇଥାଏ ଯେତେବେଳେ ପ୍ରୋଷ୍ଟେଟ ଗ୍ଲାଣ୍ଡ ରେ କୋଶିକା ଗୁଡିକ ନିୟନ୍ତ୍ରଣ ବାହାରେ ହୋଇ ଯାଇଥାଏ । ଏହି କାରଣରୁ ନପୁଙ୍ଗସକତା ବା ଇରେକ୍ଟାଇନ ଡିସଫଙ୍କସନ୍ ହୋଇଥାଏ । ଏହା ଦୁନିଆର ସବୁଠୁ ଅଧିକ ଡାଇଗନିସିସ ହେଉଥିବା କ୍ୟାନ୍ସର ଅଟେ । ଯେତେବେଲେ ଏହି କ୍ୟାନ୍ସର ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ଏହାକୁ ଏଗ୍ରୋଷିବ କୁହାଯାଇ ଥାଏ ।
ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ:
- - ବାରମ୍ବାର ପରିସ୍ରା ଲାଗିବା
- - ପରିସ୍ରା ରେ ବ୍ଲଡ଼ ଆସିବା
- - ତଳି ପେଟରେ ଯନ୍ତ୍ରଣା ଅନୁଭବ
- - ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ ହେବା
- - ଆପେ ଆପେ ପରିସ୍ରା ବାହାରିବା
- - ରାତି ସମୟରେ ବାରମ୍ବାର ପରିସ୍ରା ଲାଗିବା
- - ଯେତେବେଳେ ଶରୀର ର ଅନ୍ୟ ଅଙ୍ଗକୁ ବ୍ୟାପି ଥାଏ ଓ ହାଡ଼ରେ ଯନ୍ତ୍ରଣ ଅନୁଭବ୍ ହୋଇଥାଏ
- - ଓଜନ ହ୍ରାସ ହୋଇ ଥକା ଲାଗିଥାଏ
ଅନ୍ୟପକ୍ଷରେ, ଯେତେବେଳେ ପ୍ରୋଷ୍ଟେଟ କର୍କଟ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ, ସେତେବେଳେ ଏହା ହାଡ଼ ଯନ୍ତ୍ରଣା, ଅତ୍ୟଧିକ ଥକାପଣ, ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଏ । ଏହା ହାଡ଼, ଅନ୍ତନଳୀ, ଯକୃତ ଏବଂ ଫୁସଫୁସକୁ ବ୍ୟାପିପାରେ । ଯଦି ଆପଣ ଏହି ଲକ୍ଷଣଗୁଡିକ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
କିପରି କରିବେ ନିଜକୁ ରକ୍ଷା:
- ପ୍ରୋଷ୍ଟେଟ କ୍ୟାନ୍ସର ରୁ ରକ୍ଷା ପାଇବା ପାଇଁ ହେଲଦି ଲାଇଫ ଷ୍ଟାଇଲ ଆପଣାନ୍ତୁ ।
- ନିଜ ଦାଏଟ ରେ ଓମେଗା 3 ଫ୍ୟାଟି ଏସିଡ ଯୁକ୍ତ ଆହର ସାମିଲ କରନ୍ତୁ ।
- ସୋୟାବିନ ଓ ବିଭିନ୍ନ ପ୍ରକାର ମଞ୍ଜି ଜାତୀୟ ଖାଦ୍ୟ ପ୍ରୋଷ୍ଟେଟ କ୍ୟାନ୍ସର ପାଇଁ ଖୁବ ହିତକର ।
- ନିୟମିତ ବ୍ୟାୟାମ ନିହାତି କରିବା ଆବଶ୍ୟକ ।












Click it and Unblock the Notifications