Get Updates
Get notified of breaking news, exclusive insights, and must-see stories!

ଓଡ଼ିଆ ନବବର୍ଷ ଉପଲକ୍ଷେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର:ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । କେବଳ ସେତିକି ନୁହେଁ ଆଜି ହନୁମାନ ଜୟନ୍ତୀ ମଧ୍ୟ । ଆଜି ଓଡ଼ିଆ ମାନଙ୍କର ନୂଆ ବର୍ଷର ନୂଆ ପାଞ୍ଜି ପ୍ରଚଳ ହେବ । ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଟ୍ୱିଟ୍ କରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଲେଖିଛନ୍ତି, ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଛି । ଏହି ଓଡ଼଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଛି ।'

droupadi murmu

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଶୁଭେଚ୍ଛା । ଏହି ନୂଆ ବର୍ଷ ଅପାର ଖୁସି
ଏବଂ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସୁ । ଆସନ୍ତା ବର୍ଷ ଆପଣ ମାନଙ୍କର ସମସ୍ତ ଇଚ୍ଛା ପୂରଣ ହେଉ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହା ସହିତ ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ସମ୍ବିଧାନର ପ୍ରଣେତା ଡକ୍ଚର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+