ଜାଣନ୍ତୁ ପ୍ରେମାନନ୍ଦ ମହାରାଜ କେତେ କୋଟି ସମ୍ପତ୍ତିର ମାଲିକ, ଅଡିରେ କରନ୍ତି ଯାତ୍ରା !

Premanand Ji Maharaj: ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ ଲୋକେ ପ୍ରେମାନନ୍ଦ ଜୀ ମହାରାଜଙ୍କ ବିଷୟରେ ଜାଣିବା ପାଇଁ ଅଧିକ ସର୍ଚ୍ଚ କରିଥିଲେ । ସୋସିଆଲ ମିଡିଆରେ ପ୍ରାୟତଃ ପ୍ରତ୍ୟେକ ବୟସର ଲୋକ ପ୍ରେମାନନ୍ଦ ଜୀ ମହାରାଜଙ୍କ ବାଣୀ ଶୁଣିବା ପାଇଁ ପସନ୍ଦ କରନ୍ତି ଏପରି ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେକ ଦିନ ଏହାକୁ ସେୟାର ମଧ୍ୟ କରିଥାନ୍ତି । ସମସ୍ତଙ୍କ ହୃଦରେ ବର୍ତ୍ତମାନ ଗୁରୁ ପ୍ରେମାନନ୍ଦ ମହାରାଜ ବାସ କରନ୍ତି ।

କ୍ରିକେଟ୍ ତାରକା ବିରାଟ କୋହଲି ଏବଂ ପତ୍ନୀ ଅନୁ୍ଷ୍କା ଶର୍ମା ମଧ୍ୟ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ଉଭୟଙ୍କର ଭିଡିଓ ଖୁବ୍ ଭାଇରାଲ ହୋଇଥିଲେ ଏବଂ ଉଭୟ ତାରକାଙ୍କୁ ଦେଖି ବେଶ ଭାବୁକ ହୋଇ ପଡିଥିଲେ ପ୍ରେମାନନ୍ଦ ମହାରାଜ ।

Premanand Ji Maharaj

ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜ ଆଜିର ସମୟର ସବୁଠାରୁ ପ୍ରସିଦ୍ଧ ସନ୍ଥମାନଙ୍କ ମଧ୍ୟରୁ ଜଣେ। ବୃନ୍ଦାବନରେ ତାଙ୍କର ଏକ ଆଶ୍ରମ ଅଛି ଏବଂ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ତାଙ୍କର ପ୍ରବଚନ ଶୁଣିବାକୁ ଏଠାକୁ ଆସନ୍ତି। ପ୍ରେମାନନ୍ଦ ଜୀ ମହାରାଜ, ଅତି ସାଧାରଣ ଜୀବନଯାପନ କରନ୍ତି । ତାଙ୍କୁ ବଡ଼ ବଡ଼ କାର୍ଯ୍ୟକ୍ରମରେ ଅଡି କାରରେ ଯାତ୍ରା କରୁଥିବାର ଦେଖିବା ପାଇଁ ମିଳିଥାଏ । ଭକ୍ତ ଏବଂ ସାଧୁମାନଙ୍କ ଦଳ ଭିଡ ତାଙ୍କ ଆଖ ପାଖରେ ଦେଖିବା ପାଇଁ ମିଳିଥାଏ ।

ତେବେ ଲୋକେ ତାଙ୍କ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ପସନ୍ଦ କରନ୍ତି । ପ୍ରେମାନନ୍ଦ ଜୀ ମହାରାଜଙ୍କର ପ୍ରକୃତରେ କୌଣସି ସମ୍ପତ୍ତି ଅଛି କି ? ପ୍ରେମାନନ୍ଦ ଜୀ ମହାରାଜ ନିଜେ କହନ୍ତି , ମୋର କୌଣସି ବ୍ୟକ୍ତିଗତ ସମ୍ପତ୍ତି ନାହିଁ। ଯଦି କେହି ମୋତେ ୧୦ ଟଙ୍କା ମାଗନ୍ତି, ତେବେ ମୁଁ ଦେଇ ପାରିବି ନାହିଁ । ଏପରି ତାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ । ତାଙ୍କ ନାମରେ କୌଣସି ଜମି, ଘର କିମ୍ବା ଅନ୍ୟାନ୍ୟ କିଛି ସମ୍ପତ୍ତି ମଧ୍ୟ ନାହିଁ।

ପ୍ରେମାନନ୍ଦ ଜୀ ମହାରାଜ ବୃନ୍ଦାବନରେ ଜଣେ ଭକ୍ତଙ୍କ ଫ୍ଲାଟରେ ରୁହନ୍ତି। ତାଙ୍କର ରହିବା ଏବଂ ଖାଦ୍ୟ ବ୍ୟବସ୍ଥା ତାଙ୍କ ଅନୁଗାମୀମାନେ ହିଁ କରନ୍ତି। ଏପରିକି ତାଙ୍କର ବିଦ୍ୟୁତ୍ ଏବଂ ପାଣି ବିଲ୍ ମଧ୍ୟ ତାଙ୍କ ଭକ୍ତମାନେ ହିଁ ଭରିଥାନ୍ତି ।

ଅନେକ ଥର ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଅଡି କାରରେ ଯାତ୍ରା କରିବାର ଦେଖିବା ପାଇଁ ମିଳିଥାଏ । ଯାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୁଏ ହେଲେ ଏହି ଗାଡ଼ି ମଧ୍ୟ ତାଙ୍କ ନିଜର ନୁହେଁ ତାଙ୍କ ଭକ୍ତମାନଙ୍କର ଏବଂ ସେ କେବଳ ଏହାକୁ ଯାତ୍ରା ପାଇଁ ବ୍ୟବହାର କରନ୍ତି। ପ୍ରେମାନନ୍ଦ ଜୀ ମହାରାଜଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତାଙ୍କ ନାଁ ରେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+