PM Mudra Yojana: ବ୍ୟବସାୟ କଲେ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ, ଜାଣନ୍ତୁ କେବେ କରିବେ ଆବେଦନ
PM Mudra Yojana: ଯୁବକମାନଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ ବରଂ ନିଯୁକ୍ତି ପ୍ରଦାନକାରୀ କରିବା ପାଇଁ ମୋଦୀ ସରକାର ଆଣିଛନ୍ତି ନୂଆ ଯୋଜନା । ଆଜ୍ଞା ହଁ ବ୍ୟବସାୟ ଆରମ୍ଭ କଲେ ଆପଣ 'PM Mudra Yojana' ଜରିଆରେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କାର ଲୋନ୍ ନେଇପାରିବେ । ଭାରତ ସରକାରଙ୍କ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି ।

'ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା'ଶିଶୁ, କିଶୋର ଏବ ଯୁବକଙ୍କ ପାଇଁ ଭିନ୍ନ ରହିଛି । ଏହି ଯୋଜନା ଅଧୀନରେ ଦେଶର ଯେକୌଣସି ନାଗରିକ ଋଣ ନେଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ଏହି ଯୋଜନା ଅଧୀନରେ ଆପଣ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।
ଏଥିପାଇଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । ଏହା ପରେ ହିଁ ସେମାନେ ଋଣ ପାଇପାରିବେ । ଋଣ ମଞ୍ଜୁର ହେବା ପରେ ଟଙ୍କା ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଏହି ଯୋଜନା ସେହି ଲୋକଙ୍କ ପାଇଁ ବହୁତ ଭଲ, ଯେଉଁମାନେ ଆର୍ଥିକ ପ୍ରତିବନ୍ଧକ ହେତୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିନାହାଁନ୍ତି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକେ ଆପଣ ଲୋନ୍ ନେବାକୁ ଇଚ୍ଛୁକ ସେମାନେ https://www.mudra.org.inରେ ଆପଣ ଲଗ୍ ଇନ୍ କରି ଆବେଦନ କରିପାରିବେ ।
ସର୍ବପ୍ରଥମେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍- https://www.mudra.org.in/ ଓପନ୍ କରିବାକୁ ପଡିବ । ଏହା ପରେ Home Pageରେ କ୍ଲିକ୍ କରନ୍ତୁ । ଏହା ପରେ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ, ଏବଂ ଆବେଦ ଫର୍ମ ଡାଉନଲୋଡ୍ କରିବାକୁ ପଡିବ । ଫର୍ମରେ ପଚରାଯାଇଥିବା ସମ୍ପୂର୍ଣ୍ଣ ସୂଚନା ପ୍ରବିଷ୍ଟ କରିବାକୁ ପଡିବ । ଏହା ପରେ ସମସ୍ତ ଡକ୍ୟୁମେଣ୍ଟକୁ ଅପଡେଟ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ସମସ୍ତ ଡକ୍ୟୁମେଣ୍ଟ ନିକଟତମ ବ୍ୟାଙ୍କକୁ ଯାଇ ଜମା କରିବାକୁ ପଡିବ । ଏହା ଆପରୁଭ୍ ହେବା ପରେ ଟଙ୍କା ଆପଣଙ୍କ ଏକାଉଣ୍ଟରେ ଡିପୋସିଟ୍ ହୋଇଯିବ ।












Click it and Unblock the Notifications