ଆଜି ମୋଦୀଙ୍କ ମାରାଥନ ପ୍ରଚାର, ଏହି ୩ ଜିଲ୍ଲାରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
PM Modi: ଆଜି ପ୍ରଧାନମନ୍ତ୍ରୀ ମୋଦୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ । ୩ ଜିଲ୍ଲା ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦୀ । ଏହାପରେ ବଲାଙ୍ଗିର ଓ ବରଗଡ଼ରେ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦୁନିଆ ଓଡ଼ିଶା ଗସ୍ତକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ସାଢେ ୮ଟାରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରଥମେ ଫୁଲବାଣୀ ଯିବେ ପ୍ରଧାନମନ୍ତ୍ରୀ ।
ଫୁଲବାଣୀରେ ସକାଳ ପ୍ରାୟ୧୦.୩୦ରେ ଏକ ସଭାକୁ ସମ୍ବୋଧନ କରିବେ ମୋଦୀ । ଏହାପରେ ମଧ୍ୟାହ୍ନ ୧୨ଟାରେ ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦୀ । ମୋଦୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ଏହାପରେ ବରଗଡ଼ରେ ଅପରାହ୍ନ ୨ ଟାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ବରଗଡ଼ ଟୋଲାପ୍ଲାଜା ନିକଟତସ୍ଥ ପଡିଆରେ ଏକ ଜନସାମାବେଶରେ ଉଦବୋଧନ ଦେବେ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସଭାସ୍ଥଳରେ ନୋ ପ୍ଲାଇଂ ଜୋନ୍ ଏବଂ ଏନଏଟରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications